ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ପାଟି କରି ଅଭିଯୁକ୍ତଠାରୁ ଖସି ଆସିଥିଲେ ନାବାଳିକା । ପରେ ଘର ଲୋକଙ୍କୁ ସବୁ କିଛି କହିଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ନାବାଳିକାକୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ପୋଲିସରେ ପପୀଡିତାଙ୍କ ବାପା ଲିଖିତ ଅଭିଯୋଗ ଦେଇଥିଲେ । ବାପାଙ୍କ କହିବା ଅନୁସାରେ ଅଭିଯୁକ୍ତର ବଡ ଭାଇ ଘରେ ଭଡାରେ ରହୁଥିଲେ । ଗଂଜାମରୁ ଆସି ରାଜଧାନୀରେ ରହୁଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଘର ମାଲିକଙ୍କୁ ଗିରଫ କରିଛି । ପୀଡିତାଙ୍କୁ ଭେଟି ବୟାନ ରେକର୍ଡ କଲେ ମହିଳା କମିଶନ ସଦସ୍ୟା । ପରିବାର ଲୋକ ଘରେ ନଥିବା ବେଳେ ଅଭିଯୁକ୍ତ କାଣ୍ଡ ଭିଆଇଥିବା ସୂଚନା ମିଳିଛି ।










