ନୂଆଦିଲ୍ଲୀ: ଦେଶରେ ଲଗାତାର କିଛି ଦିନ ଧରି ଇଣ୍ଡିଗୋ ସଙ୍କଟ ଦେଖାଦେଇଛି । ହଜାର ହଜାର ଇଣ୍ଡିଗୋ ବିମାନ ଉଡାଣ ବାତିଲ ହୋଇଥିଲା । ବିମାନବନ୍ଦରଗୁଡିକରେ ବିଶୃଙ୍ଖଳା ଦେଖାଦେଇଥିଲା । ଏହି ଘଟଣାକୁ ଗୁରୁତ୍ୱ ଦେଇ ବିମାନ ସୁରକ୍ଷା ତଦାରଖ ପାଇଁ ଦାୟୀ ଥିବା ୪ ଜଣ ଫ୍ଲାଇଟ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ଶୁକ୍ରବାର ଦିନ ଡିଜିସିଏ ନିଲମ୍ବିତ କରିଛନ୍ତି । ଆହୁରି କହିଛନ୍ତି, ଇଣ୍ଡିଗୋର ବିମାନ ପରିଚାଳନା ତଦାରଖ ପାଇଁ ଏଫଓଆଇ ଦାୟୀ ଥିଲେ । ସେମାନଙ୍କୁ ନିଲମ୍ବନ କରାଯାଇଛି । ବିମାନ ଚାଳକ ନିୟାମକ ନିରନ୍ତର ଇଣ୍ଡିଗୋର କାର୍ଯ୍ୟ ଉପରେ ନଜର ରଖିଛି ଏବଂ ସିଇଓ ପିଟର ଏଲବର୍ସଙ୍କୁ ମଧ୍ୟ ସମନ କରାଯାଇଛି ।










