28.1 C
Bhubaneswar
Tuesday, February 3, 2026
Homeଓଡିଶାମହିଳାଙ୍କୁ ଦୁର୍ବ୍ୟବହାର ନେଇ କଙ୍ଗାରୁ କୋର୍ଟ : ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ମହିଳାଙ୍କୁ ଦୁର୍ବ୍ୟବହାର ନେଇ କଙ୍ଗାରୁ କୋର୍ଟ : ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା: ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ ବାଦଲି ଗାଁରେ ଗତ ୭ ତାରିଖ ଦିନ କଙ୍ଗାରୁ କୋର୍ଟ ବସିଥିଲା। କଙ୍ଗାରୁ କୋର୍ଟର ନିର୍ଦ୍ଦେଶ କ୍ରମେ ଉକ୍ତ ବୃଦ୍ଧଙ୍କୁ ଲଣ୍ଡା କରି, ଚପଲ ମାଳ ପିନ୍ଧାଇ କିଛିଲୋକ ଗାଁରେ ବୁଲାଇଥିଲେ। ଏହି ଘଟଣାର ଦୃଶ୍ୟ ମୋବାଇଲ୍‌ରୁ ମୋବାଇଲ୍ ଘୁରି ବୁଲିବା ପରେ ସଦର ଥାନାରେ ଏକ ମାମଲା ରୁଜୁ ହେଇଛି। ସୂଚନା ଅନୁଯାୟୀ ଗତ ୭ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବାଦଲି ଗାଁର ଜନୈକ ବୃଦ୍ଧ, ଗାଁ ନଳକୂଅ ନିକଟରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କ ପରିବାର ଏକଥା ଜାଣି ବୃଦ୍ଧଙ୍କୁ ପିଟିବା ପରେ ଗାଁର ଚଞ୍ଚରାପଡ଼ାରେ ସଭା କରିଥିଲେ। ସ୍ଥାନୀୟ ୨ ଜଣ ୱାର୍ଡ ମେମ୍ବରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସେହି ସଭା ବା କଙ୍ଗାରୁକୋର୍ଟରେ ବୃଦ୍ଧଙ୍କୁ ଅଧା ଲଣ୍ଡା କରି, ଚପଲ ମାଲ ପିନ୍ଧାଇ ଗାଁରେ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ଉକ୍ତ ବୃଦ୍ଧଙ୍କୁ ଲଣ୍ଡା କରି, ମୁହଁରେ କଳା ରଙ୍ଗ ଲଗାଇ, ଚପଲ ମାଳ ପିନ୍ଧାଇ କିଛି ଲୋକ ଗାଁରେ ତାଙ୍କୁ ବୁଲାଇଥିଲେ। ଏହି ଘଟଣାରେ ଥାନାରେ ଅଭିଯୋଗ କଲେ ପରିଣତି ଭୟାବହ ହେବ ବୋଲି କୁଆଡେ କାଙ୍ଗାରୁ କୋର୍ଟରେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ଘଟଣାର ଦୃଶ୍ୟ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲିବା ପରେ କଥାଟା ଲୋକ ଲୋଚନକୁ ଆସିଥିଲା। ଆଜି ପୀଡ଼ିତଙ୍କ ଅଭିଯୋଗ କ୍ରମେ ସଦରଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ ହେଇଥିବା ସଦର ଏସଡିପିଓ ନରେଶ ପ୍ରଧାନ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking