28.1 C
Bhubaneswar
Monday, February 9, 2026
Homeଓଡିଶା୩ବର୍ଷ ଅପେକ୍ଷା କରି ରାହୁଲଙ୍କ ସାକ୍ଷାତ ପାଇନି: ମୋକିମ୍‌

୩ବର୍ଷ ଅପେକ୍ଷା କରି ରାହୁଲଙ୍କ ସାକ୍ଷାତ ପାଇନି: ମୋକିମ୍‌

ଭୁବନେଶ୍ୱର: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ୍‌। କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ବ କାର୍ଯ୍ୟ କରୁ ନାହାନ୍ତି। ଏଥିପାଇଁ ମୁଁ ଚିଠି ଏଆଇସିସି ସଭାପତିଙ୍କୁ ଲେଖିନି, ସୋନିଆଙ୍କୁ ଲେଖିଛି। ସୋନିଆ ଆମ ଦଳର ସର୍ବୋଚ୍ଚ ନେତ୍ରୀ, ବିଶ୍ବାସ ରହିଛି ବିଚାର କରିବେ। ସୋନିଆଙ୍କ ନେତୃତ୍ବରେ ଦଳ କ୍ଷମତାକୁ ଫେରି ପାରିଥିଲା। ୧୦ ମାସ ହେଲାଣି ଭକ୍ତ ନେତୃତ୍ବ ନେଲେଣି, କଣ କରିଛନ୍ତି ପଚାରିଲେ ମୋକିମ୍‌। ବୁଥ୍‌ ଲେବୁଲ୍‌କୁ ଯାଇ ନାହାନ୍ତି, ଭୁବନେଶ୍ବରରେ ବସିଲେ କିଛି ହେବନି। ସେ କଂଗ୍ରେସ ପରିବାରରୁ ଆସି ନାହାନ୍ତି, ଜନତା ଦଳରୁ ଆସିଛନ୍ତି। ବିହାର ଓ ୟୁପି କଥା ଉଠାଇ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବକୁ ଚ୍ୟାଲେଞ୍ଜ୍‌ କଲେ। ଏସବୁ ରାଜ୍ୟରେ କଂଗ୍ରେସ କମି କମି ଚାଲିଛି କହିଛନ୍ତି ଭକ୍ତ। ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ରହିଛି, ମାତ୍ର ସେଠାରେ ଆମେ ଜିରୋ। ବିଧାୟକ ଥିଲା ବେଳେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ ଦେଖା କରିପାରିନି। ରାହୁଲ କୋଟେରୀ ଗ୍ରୁପ୍‌ରୁ ନ ବାହାରିଲେ ଠିକ୍‌ ନିଷ୍ପତ୍ତି ନେଇପାରିବେନି। ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ୩ ରାତି ଓଡ଼ିଶାରେ ରହିଲେ, କର୍ମୀଙ୍କୁ ଭେଟିଲେନି। ସେ ଯଦି ଓଡ଼ିଶାରେ ତୃଣମୂଳ କର୍ମୀଙ୍କୁ ଭେଟିଥାନ୍ତେ କେତେ ଭଲ ହୋଇଥାନ୍ତା। ଖଡ୍‌ଗେଙ୍କୁ ୮୩ ବର୍ଷ ହେଲାଣି, ସେ କିପରି ଯୁବକଙ୍କ ନେତୃତ୍ବ ନେବେ। ରାଜ୍ୟରେ ଯେଉଁମାନେ କ୍ରମାଗତ ହାରୁଛନ୍ତି, ସେମାନେ ଆଗରେ ବସୁଛନ୍ତି। କଟକରେ କଂଗ୍ରେସ ଜିତି ପାରୁ ନ ଥିଲା, ମୁଁ ଜିତାଇବାରେ ସଫଳ ହୋଇଛି। ଗୋଟିଏ ଗଣମାଧ୍ୟମରେ ମୋତେ, ରମେଶ ଜେନାଙ୍କୁ ବିଭୀଷଣ କହିଛନ୍ତି ଭକ୍ତ। ଦଳର ନେତୃତ୍ବ ନେଲା ପରେ କିପରି ମିଡିଆକୁ କୁହାଯାଏ ତାହା ଜାଣିବା ଦରକାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking