କୋରାପୁଟ: ଯାତ୍ରା ପ୍ରଦର୍ଶନ ବେଳେ ହୋହଲ୍ଲା । କଳାକାର ନିଶା ମହାରଣା ନ ଆସିବାରୁ ଗର୍ଜିଲେ ଦର୍ଶକ । କୋରାପୁଟ ଲକ୍ଷ୍ମୀପୁରରେ ଚାଲିଥିଲା ଯାତ୍ରା । ସେଠାରେ ନିଶା ମହାରଣା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ତେବେ ନିଶା ମହାରଣା ନଯିବାରୁ ତାତିଲେ ଦର୍ଶକ । ଦର୍ଶଶମାନେ ଉତ୍ତେଜିତ ହୋଇ ପୋଲିସ ଉପସ୍ଥିତିରେ ଭଙ୍ଗାରୁଜା କରିଥିଲେ । ପୋଲିସସ ଯାତ୍ରା ପେଣ୍ଡାଲକୁ ନିଶା ମହାରଣାକୁ ଛାଡି ନଥିଲା । ସେଠାରେ ତୁମୁଳ କାଣ୍ଡ ଦେଖାଦେଇଥିଲା । ଚେୟାର ଫୋପାଡିବା ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ଫୋପଡା ଫୋପଡି କରି ଭଙ୍ଗାରୁଜା କରିଥିଲେ । ଅଧାରୁ ବନ୍ଦ ହୋଇଥିଲା ଅପେରା ।










