26.1 C
Bhubaneswar
Wednesday, March 4, 2026
Homeଓଡିଶାଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ

ଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ

ଭୁବନେଶ୍ୱର: ହ୍ୟୁମାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ। କହିଲେ ଯେ ମୁଁ ଯାହା କହିବା କଥା ଗଣମାଧ୍ୟମରେ କହି ସାରିଛି। ମୁଁ ଯାହା କହି ଦେଇଛି ତାହା ନିରାଟ ସତ୍ୟ ଥିଲା। ମୁଁ ଏଫଆଇଆର କରି ନାହିଁ, କାରଣ ପୁତ୍ର ବିଚ୍ଛେଦରୁ ମୁକୁଳି ପାରିନି।ଏଫଆଇଆର ଦେବି ନା ନାହିଁ ଏଯାଏଁ ଭାବି ପାରିନି। ମୋର ଶେଷ ଭରସା ବୋହୂ ଓ ନାତୁଣୀ।ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମଧ୍ୟ ଦୁଃଖଭରା କାହାଣୀ କହିଲେ। ହ୍ୟୁମାନଙ୍କ ପତ୍ନୀ ଶ୍ରେୟା କହିଲେ ଯେ ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି, ୮ ବର୍ଷରେ ଝିଅ ବାପାଙ୍କୁ ହରାଇଲା।ମାଆ ଆଗରୁ ଯାହା କହିଛନ୍ତି ସେଥିରେ ଶତପ୍ରତିଶତ ଏକମତ। ଯାହା ଯାହା ନାଁ ନେଇଛନ୍ତି, ଯାହା ଅଭିଯୋଗ କରିଛନ୍ତି ପୂରା ସତ। ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୨ ମ୍ୟାନେଜର, ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ ମାଆ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking