30.1 C
Bhubaneswar
Sunday, May 17, 2026
Homeଓଡିଶାସିଏମଜିଆଇ ପକ୍ଷରୁ ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ ଏକୀକୃତ ହ୍ୱାଟ୍ସଆପ୍ ବଟ୍...

ସିଏମଜିଆଇ ପକ୍ଷରୁ ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ ଏକୀକୃତ ହ୍ୱାଟ୍ସଆପ୍ ବଟ୍ ସମ୍ପର୍କିତ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବେନେଶ୍ୱର:  ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ (ସିଏମଜିଆଇ) ପକ୍ଷରୁ ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ ଏକୀକୃତ ହ୍ୱାଟ୍ସଆପ୍ ବଟ୍ ସମ୍ପର୍କିତ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଗତ ୧୫ ତାରିଖ ଶୁକ୍ରବାର ଲୋକ ସେବା ଭବନ ସ୍ଥିତ କନଭେନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି l ଇଣ୍ଡିଆନ ଚାମ୍ବର ଅଫ କମର୍ସ ଭାରତୀୟ ମହିଳା ଉଦ୍ୟମୀ ପରିଷଦ ( ଆଇଏନଡବ୍ଲୁଇସି ) ର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଯୋଗଦେଇ କହିଥିଲେ ଯେ, ସରକାରଙ୍କ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ନାଗରିକ ସମାଜକୁ ସକ୍ରିୟ ଭାବେ ସଂପୃକ୍ତ କରିବା ସରକାରଙ୍କ ଦୃଢ଼ ସଙ୍କଳ୍ପକୁ ରହିଛି l ସେ ପ୍ରକାଶ କରିଥିଲେ ଯେ, ‘ସ୍ୱୟଂଚାଳିତ ଅପିଲ ବ୍ୟବସ୍ଥା’କୁ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ଆନୁଷ୍ଠାନିକ ଭାବେ ଅନୁମୋଦନ ମିଳିଛି , ଯାହା ଅଭିଯୋଗ ନିଷ୍ପତ୍ତିରେ ବିଳମ୍ବ ଦୂର କରିବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି । ଏହି ବ୍ୟବସ୍ଥା ଅନୁଯାୟୀ, ଯଦି ନିର୍ଦ୍ଦିଷ୍ଟ ଅଧିକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ ସେହି ସେବା ଅନୁରୋଧ ସ୍ୱୟଂଚାଳିତ ଭାବେ ଉଚ୍ଚତର କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରେରିତ ହେବ, ଯାହା ଦାୟିତ୍ୱବୋଧ ଓ କାର୍ଯ୍ୟଦକ୍ଷତାକୁ ଆହୁରି ସୁଦୃଢ଼ କରିବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଲୋକସେବା ଅଧିକାର ଆଇନର ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକୀ ମହାନ୍ତିଙ୍କ ନେତୃତ୍ୱରେ ଏକ ବିସ୍ତୃତ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ସେ ଜନସେବାର ବିଭିନ୍ନ ଦିଗ, ଲୋକସେବା ଅଧିକାର ଆଇନକୁ ପ୍ରଭାବୀ କାର୍ଯ୍ୟକାରିତାର ଆବଶ୍ୟକତା ଏବଂ ଆଇନ ଅଧୀନରେ ଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ । ସେ ମଧ୍ୟ ‘ସ୍ୱୟଂଚାଳିତ ଅପିଲ ବ୍ୟବସ୍ଥା’ର ପ୍ରଯୁକ୍ତିଗତ ଢାଞ୍ଚା ସମ୍ପର୍କରେ ବିସ୍ତୃତ ଆଲୋଚନା କରି କିପରି ଡିଜିଟାଲ ସମନ୍ୱୟ ମାଧ୍ୟମରେ ଅପିଲ ପ୍ରକ୍ରିୟା ସ୍ୱୟଂଚାଳିତ ଭାବେ ସଂପନ୍ନ ହେଉଛି, ତାହା ବ୍ୟାଖ୍ୟା କରିଥିଲେ। ଏହି ଅଭିନଵ ପଦକ୍ଷେପ ଫଳରେ ସମୟସୀମା ମଧ୍ୟରେ ସେବା ନମିଳିଲେ ନାଗରିକମାନଙ୍କୁ ଆଉ ପୁନର୍ବାର ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଅପିଲ ଦାଖଲ କରିବାର ଆବଶ୍ୟକତା ରହିବ ନାହିଁ, ଯାହା ଜନସେବା କ୍ଷେତ୍ରରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧକୁ ଗୁରୁତ୍ୱପୂର୍ଣ୍ଣ ଭାବେ ସୁଦୃଢ଼ କରୁଛି । ଏହା ସହିତ ଶ୍ରୀ ମହାନ୍ତି ‘ଆମ ସାଥୀ’ ଏକୀକୃତ ହ୍ଵାଟ୍ସଆପ୍ ବଟ୍ ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ, ଯାହାର ଉଦ୍ଦେଶ୍ୟ ହେଉଛି ଜନସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁବିଧାଜନକ କରିବା ସହ ଉପଭୋକ୍ତାଙ୍କ ଅନୁଭବକୁ ଉନ୍ନତ କରିବା। ସେ ଡିଜିଟାଲ ଶାସନ ଓ ଜନସେବାରେ ଦାୟିତ୍ୱବୋଧକୁ ସୁଦୃଢ଼ କରିବାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା ପାଇଁ ନାଗରିକ ସମାଜ ସଂଗଠନମାନଙ୍କର ସହଯୋଗମୂଳକ ପ୍ରୟାସକୁ ସ୍ୱୀକୃତି ଜଣାଇଥିଲେ ।

ମେଟା ଇଣ୍ଡିଆର ଜଣେ ସହଯୋଗୀଙ୍କ ଦ୍ୱାରା ‘ଆମ ସାଥୀ’ ଏକୀକୃତ ହ୍ଵାଟ୍ସଆପ ବଟ୍ ର ବ୍ୟବହାର ଓ କାର୍ଯ୍ୟ ସମ୍ପର୍କରେ ଏକ ଲାଇଭ ପ୍ରଦର୍ଶନ କରାଯାଇଥିଲା l କାର୍ଯ୍ୟକ୍ରମରେ ଆଇଏନଡବ୍ଲୁଇସିର ଆବାହକ ସ୍ୱାତୀ କେଜ୍ରିୱାଲ କୃତଜ୍ଞତା ଜଣାଇ କହିଥିଲେ ଯେ ଏପରି ଜ୍ଞାନବର୍ଦ୍ଧକ ଏବଂ ନାଗରିକ-କେନ୍ଦ୍ରିକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆମେ ଓଡ଼ିଶା ସରକାର ଏବଂ ସିଏମଜିଆଇଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ। ଏହି ଅଧିବେଶନ ଅତ୍ୟନ୍ତ ସୂଚନାବହୁଳ ଥିଲା ଏବଂ ଡିଜିଟାଲ ଶାସନ ବ୍ୟବସ୍ଥା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ନାଗରିକମାନଙ୍କ ଅଧିକାର ଏବଂ ‘ଆମ ସାଥୀ’ ହ୍ଵାଟ୍ସଆପ ବଟ୍ ମାଧ୍ୟମରେ ସହଜରେ ସେବା ପ୍ରାପ୍ତି ସମ୍ପର୍କରେ ଆମର ଜ୍ଞାନ ବୃଦ୍ଧି କରିଛି । ସ୍ୱଚ୍ଛତା, ଦାୟିତ୍ୱବୋଧ ଓ କାର୍ଯ୍ୟକାରୀ ଜନସେବା ପ୍ରଦାନ ଦିଗରେ ଏପରି ସକ୍ରିୟ ପଦକ୍ଷେପ ନିଶ୍ଚୟ ଉତ୍ସାହଜନକ ବୋଲି ସେ ପ୍ରକାଶ କରିଥିଲେ l

ପ୍ରସିଦ୍ଧ ଉଦ୍ୟୋଗୀ ଏବଂ ଆଇଏନଡବ୍ଲୁଇସିର ସଦସ୍ୟା ନିବେଦିତା ନାରୁଲା କହିଥିଲେ ଯେ ଏହି ଅଧିବେଶନ ଅନ୍ତର୍ଦୃଷ୍ଟିସମ୍ପନ୍ନ ଥିଲା, ଯାହା ନାଗରିକ-କେନ୍ଦ୍ରିକ ଡିଜିଟାଲ ଶାସନ ଏବଂ ସୁବିଧାରେ ଜନସେବା ପ୍ରଦାନ ପ୍ରତି ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଓଡ଼ିଶା ଜନସେବା ଅଧିକାର ଆଇନ ଏବଂ ଅଭିନଵ ‘ଆମ ସାଥୀ’ ହ୍ଵାଟ୍ସଆପ ବଟ୍ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସରକାରୀ ସେବା ପ୍ରାପ୍ତିକୁ କିପରି ଅଧିକ ସରଳ, ସ୍ୱଚ୍ଛତା ବୃଦ୍ଧି ଏବଂ ସାଧାରଣ ଲୋକଙ୍କୁ ସେବା ପ୍ରଦାନ ସୁବିଧାକୁ ଆହୁରି ସୁଦୃଢ଼ କରାଯାଇପାରେ, ତାହା ପ୍ରତିଫଳିତ ହୋଇଛି । ଏହି ପଦକ୍ଷେପ ଡିଜିଟାଲ ସମାବେଶ ଓ ଦକ୍ଷ ଶାସନ ଦିଗରେ ଏକ ପ୍ରଗତିଶୀଳ ଉଦାହରଣ ବୋଲି ସେ କହିଥିଲେ l ମ୍ୟାଗନମ୍ ଗ୍ରୁପ୍ ଅଫ୍ କମ୍ପାନିଜର ନିର୍ଦ୍ଦେଶିକା ଏବଂ ଆଇଏନଡବ୍ଲୁଇସିର ସଦସ୍ୟା ସମିଧା ଶତପଥୀ କହିଥିଲେ, “’ଆମ ସାଥୀ’ ସମ୍ପର୍କିତ ଏହି ବୈଷୟିକ ଅଧିବେଶନ ପ୍ରକୃତରେ ଏକ ଚମତ୍କାର ଅନୁଭବ ଥିଲା, ଯାହା ଏହି ପଦକ୍ଷେପ ପଛରେ ଥିବା ସୁଚିନ୍ତିତ ଏବଂ ଦୂରଦର୍ଶୀ ଡିଜିଟାଲ ଭିଜନର ସ୍ପଷ୍ଟ ପ୍ରତିଫଳନ। ନାଗରିକମାନଙ୍କୁ ତାଙ୍କର ଅଧିକାର ଓ ଉପଲବ୍ଧ ସେବା ସମ୍ପର୍କରେ ସଚେତନ ରଖିବା ମାଧ୍ୟମରେ ‘ଆମ ସାଥୀ’ ଓଡ଼ିଶାକୁ ଅଧିକ ସଂଯୁକ୍ତ ଏବଂ ସଶକ୍ତ ସମାଜ ଦିଗରେ ଆଗେଇ ନେବାର ବ୍ୟାପକ ସମ୍ଭାବନା ରଖୁଛି । ଶାସନ ଓ ନାଗରିକଙ୍କ ମଧ୍ୟରେ ପ୍ରଯୁକ୍ତି ଏକ ସେତୁ ଭାବେ ଉଭୟଙ୍କୁ ଯୋଡ଼ି ଏକ ଅଧିକ ସୁଦୃଢ଼ ଓ ସକ୍ଷମ ପରିବେଶ ସୃଷ୍ଟି କରୁଥିବା ନିଶ୍ଚୟ ପ୍ରେରଣାଦାୟକ ବୋଲି ସେ କହିଥିଲେ l ସିଏମଜିଆଇ ର ଉପ-ପ୍ରକଳ୍ପ ସଂଯୋଜଜିକା ସରିତା କାନୁନଗୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking