28.1 C
Bhubaneswar
Thursday, March 5, 2026
Homeଓଡିଶା୧୪ଟି ସରକାରୀ ବିଶ୍ବବିଦ୍ୟାଳୟରେ ଖାଲି ପଡିଛି କୁଳପତି ପଦବୀ

୧୪ଟି ସରକାରୀ ବିଶ୍ବବିଦ୍ୟାଳୟରେ ଖାଲି ପଡିଛି କୁଳପତି ପଦବୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନ । ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି,ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବର୍ତ୍ତମାନ ସୁଦ୍ଧା ୧୪ ଗୋଟି ସରକାରୀ ବିଶ୍ବବିଦ୍ୟାଳୟ ମାନଙ୍କରେ କୁଳପତି ପଦବୀ ଖାଲିଅଛି । ୧୩ ଗୋଟି ସରକାରୀ ବିଶ୍ବବିଦ୍ୟାଳୟର ଚୟନ କମିଟି ଗଠନ କରାଯାଇ ଚୟନ କମିଟି ଦ୍ବାରା ଦରଖାସ୍ତ ଗୁଡିକର ଯାଞ୍ଚ ଓ ତର୍ଜମା ପ୍ରକ୍ରିୟା ଜାରି ରହିଛି । ଦରଖାସ୍ତ ତର୍ଜମା ସହିତ କିଛି ଚୟନ କମିଟି ଦରଖାସ୍ତକାରୀ ମାନଙ୍କର ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱ ବିଦ୍ୟାଳୟ. ଫକୀର ମୋହନ ବିଶ୍ୱବିଦ୍ୟାଳୟ , ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଗୁଡିକରେ କୂଳପତି ପଦବୀ ଖାଲି ପଡିଛି । ଉଚ୍ଚଶିକ୍ଷ ଶିକ୍ଷା ବିଭାଗ ଅଧୀନରେ ସମସ୍ତ ବିଶ୍ବବିଦ୍ୟାଳୟର ଖାଲିଥିବା କୁଳପତି ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଜାରିରହିଛି ଏବଂ ଖୁବଶୀଘ୍ର ଏହି ଚୟନ ପ୍ରକ୍ରିୟା ସମ୍ପନ୍ନ କରି କୁଳପତିମାନଙ୍କୁ ନି ନିଯୁକ୍ତି ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking