ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନ । ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ସରକାରୀ ମହାବିଦ୍ୟାଳୟରେ ୭୬୬ ଟି ପଦବୀ ଖାଲି ରହିଛି । ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ଖାଲିଥିବା ଅଧ୍ୟାପକ ପଦବୀ ଗୁଡିକ ମଧ୍ୟରୁ ୩୮୫ ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ବିଜ୍ଞାପନା କରାଯାଇ ଚୟନ ପ୍ର୍ରିୟା ଚାଲୁ ରହିଛି । ସେହିପରି ଖାଲିଥିବା ୩୦୪ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗଙ୍କୁ ଅନୁରଧ କରାଯାଇଛି ।










