ଭୁବନେଶ୍ୱର: ବୈତରଣୀ ନଦୀ ପଠାରେ ବେଆଇନ ହୋଟେଲ ନିର୍ମାଣ ଚାଲିଛି । ଏନେଇ ଗୃହରେ ଉଠାଇଲେ ରାଜନଗର ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ । ହୋଟେଲ ନିର୍ମାଣ ପାଇଁ ନଷ୍ଟ ହୋଇଛି ଭିତରକନିକାର ବାୟୋ ଡାଇଭର୍ସିଟି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଅନ୍ୱେଷା ଯୋଜନା ବନ୍ଦ କରିବା ଷଡଯନ୍ତ୍ର ଉପରେ ଗୃହରେ କଂଗ୍ରେସ ମୁଲତବି ପ୍ରସ୍ତାବ ଆଣି ସରଗରମ କରିଛନ୍ତି ବିଧାନସଭା ।










