16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶପ୍ରେମିକାଙ୍କ ଗୁଳିରେ ଗୁରୁତର ପ୍ରେମିକ

ପ୍ରେମିକାଙ୍କ ଗୁଳିରେ ଗୁରୁତର ପ୍ରେମିକ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭୋଜପୁର ଅଞ୍ଚଳରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଗୁଳି କରିଛନ୍ତି। ସୂଚନା ଅନୁଯାୟୀ, ତାଙ୍କ ୨୨ ବର୍ଷୀୟା ପ୍ରେମିକାଙ୍କ ବିବାହ ଅନ୍ୟତ୍ର ସ୍ଥିର ହେବା ପରେ ବ୍ୟକ୍ତି ଜଣକ କ୍ରୋଧିତ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି। ରିପୋର୍ଟ ଅନୁସାରେ, ପ୍ରେମିକ ତାଙ୍କ ପ୍ରେମିକ ଉପରେ ଉପରେ ବହୁତ ଖର୍ଚ୍ଚ କରିଥିଲେ ଏବଂ ତାଙ୍କ ଘରେ ଲାଗିଥିବା ଏସି ପାଇଁ କିସ୍ତି ମଧ୍ୟ ଦେଉଥିଲେ। ଭୋଜପୁର ଅଞ୍ଚଳର ନାଙ୍ଗଲାବେର ଗାଁରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପ୍ରଦୀପ (୨୮) ଏବଂ ଯୁବତୀଙ୍କ ମଧ୍ୟରେ ପ୍ରାୟ ପାଞ୍ଚ ବର୍ଷ ଧରି ସମ୍ପର୍କରେ ଥିବା ଜଣାପଡ଼ିଛି। ଯୁବତୀଙ୍କ ବିବାହ ଅନ୍ୟ ଜଣେ ପୁରୁଷଙ୍କ ସହିତ ସ୍ଥିର ହୋଇଥିଲା, ଯାହା ପ୍ରଦୀପଙ୍କୁ କ୍ରୋଧିତ କରିଥିଲା। ପ୍ରଦୀପ ମହିଳାଙ୍କ ଘରେ ପଶି ଏକ ଦେଶୀ ପିସ୍ତଲ ସାହାଯ୍ୟରେ ତାଙ୍କୁ ଗୁଳି କରିଥିଲେ। ଗୁଳି ବାଜିବା ପରେ ଯୁବତୀ ଜଣକ ତଳେ ପଡ଼ିଯାଇଥିଲେ, ଯାହା ପରେ ତାଙ୍କ ପରିବାର ତାଙ୍କୁ ମୋଦିନଗର ନିକଟସ୍ଥ ଏକ ହସ୍ପିଟାଲକୁ ନେଇଯାଇଥିଲେ। ପରେ, ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମିରଟର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ ଗୁଳିଟି ଯୁବତୀଙ୍କ ମୁଣ୍ଡର ଉପର ଭାଗରେ, ତାଙ୍କ କାନ ପାଖରେ ବାଜିଛି। ପୀଡିତାଙ୍କ ସାନ ଭାଇ ଅଂଶୁଲ ଏହି ମାମଲାରେ ଏକ ଏଫଆଇଆର ଦାୟର କରିଛନ୍ତି। ଅଧିକାରୀ କହିଛନ୍ତି ଯେ ପୋଲିସ ଦଳ ପ୍ରଦୀପଙ୍କ ସମ୍ଭାବ୍ୟ ଆଡ୍ଡା ଉପରେ ଚଢାଉ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking