19.1 C
Bhubaneswar
Friday, December 5, 2025
Homeଓଡିଶାଜିଲ୍ଲା ସ୍ତରୀୟ ସଂସଦ ଖେଳ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସଂସଦ ଖେଳ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ସାଂସଦ ଖେ ମହୋତ୍ସବ ର ଟ୍ରଫି ଆଜି ଧର୍ମଶାଳା ଷ୍ଟାଡିଅମ ରେ ଉନ୍ମୋଚିତ ହୋଇଛି । ଏହି କାର୍ଯ୍ୟକ୍ରମ କୁ ସାଂସଦ ରବୀନ୍ଦ୍ର ବେହେରା ଧର୍ମ ଶଳା ବିଧାୟକ ଲିକୁସାହୁ ଉଦଘାଟନ କରି ଥିଲେ l କ୍ରୀଡା ଅଧିକାରୀ ଫକୀର ମୋହନ ଟୁଟୁ ପ୍ରମୁଖ ଉପସ୍ଥିତ ଥିଲେ ଏହା ର ମୁଖ୍ୟ ଉଦେଶ୍ୟ ସମ୍ପର୍କ ରେ ସୂଚନା ଦେଇ ଥିଲେ l ଖେଲ ମହୋତ୍ସବ ନଭେମ୍ବର ୩୦ ରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଖେଳ ଯିବ l ଆଜି ଧର୍ମଶାଳା ଷ୍ଟାଡିଅମ ରେ ସାଂସଦ, ବିଧାୟକ, ଓ ଜିଲ୍ଲାର ପଦାଧିକାରୀ ଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚିତ ହୋଇଛି l ଧର୍ମଶାଳା ଷ୍ଟାଡିଅମ ରେ କ୍ରିକେଟ, ସୁକିନ୍ଦା ରେ ଖୋକୋ, ଯାଜପୁର ରେ ହକି, ଫୁଟବଲ ଓ ଆଥେଲେଟିକ, ଖଣ୍ଡିତର କବାଡି ଷ୍ଟାଡିଅମ ରେ କବାଡି ମ୍ୟାଚ ଅନୁଷ୍ଠିତ ହେବ l ଅନ ଲାଇନ ରେ ଗ୍ରାମାଞ୍ଚଳ ର ଖେଳାଳି ମନେ ନିଜ ନିଜର ନାମ ପଞ୍ଜିକରଣ କରିଛନ୍ତି l ସେମାନଙ୍କ ଲୋକୟିତ ପ୍ରତିଭାକୁ ଲୋକଲୋଚନ କୁ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସମଗ୍ର ଭାରତ ରେ ସାଂସଦ ଖେଲ ମହୋତ୍ସବ ଅନୁଷ୍ଠିତ ହେଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking