ଭୁବନେଶ୍ୱର: ରାଜ୍ୟରୁ ତଡି ପାର ହେଲେଣି ୪୯ ବାଂଲାଦେଶୀ । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଗଲାଣି । ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟରୁ ୧ , ଆଉ ୨ ବାଂଲାଦେଶୀ ଜାଲ ପାସପୋର୍ଟ କରି ଧରାପଡିଛନ୍ତି । ଧରାପଡିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ହୋଇଛି । ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହରେ ଅର୍ଥ , ଗୃହ , ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଆଲୋଚନା କରାଯାଉଛି । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।










