24.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଭାରତରେ ୨୦୦ ବିମାନ ଚଳାଚଳ ବାଧାପ୍ରାପ୍ତ

ଭାରତରେ ୨୦୦ ବିମାନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଭାରତରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆର ୩୩୮ଟି ଉଡ଼ାଣ ପ୍ରଭାବିତ ହୋଇଛି। ସେହିପରି ବିଶ୍ୱବ୍ୟାପୀ ମୋଟ୍ ୬,୦୦୦ ବିମାନର କାର୍ଯ୍ୟ ପ୍ରଭାବିତ ହୋଇଥିବା ରିପୋର୍ଟ କରାଯାଇଛି। ତେବେ ଭାରତ ପାଇଁ ପ୍ରଭାବିତ ବିମାନଗୁଡ଼ିକ ମୁଖ୍ୟତଃ ବିଦେଶକୁ ଉଡାଣ ଭରିବା ପାଇଁ ସିଡ୍ୟୁଲ୍ ଥିବାବେଳେ ଧାର୍ଯ୍ୟ ସମୟରୁ ପ୍ରାୟ ୬୦ରୁ ୯୦ ମିନିଟ୍ ବିଳମ୍ବରେ ଏସବୁ ବିମାନ ଉଡାଣ ଭରିଥିଲେ। ଏୟାରବସ୍ ଏ୩୨୦ ସିରିଜ୍ ଯୁକ୍ତ ବିମାନଗୁଡ଼ିକରେ ସଫ୍ଟୱେୟାରରେ ତ୍ରୁଟି ଦେଖାଦେବାରୁ ଏପ୍ରକାର ନିଷ୍ପତ୍ତି ନେବାକୁ ପଡିଥିବା ସଫେଇ ଦିଆଯାଇଛି। ଅନ୍ୟପକ୍ଷେ ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ ହେବା କାରଣରୁ ଯାତ୍ରୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ପରାମର୍ଶନାମା ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଏ୩୨୦ ବିମାନ ସଫ୍ଟୱେୟାରରେ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚେଷ୍ଟା ଜାରି ରହିଛି। ତେବେ ସଫ୍ଟୱେୟାର ଅପଗ୍ରେଡେସନ୍ ପାଇଁ କିଛି ସମୟ ଲାଗିପାରେ।

ଏହି ସମୟ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଧୈର୍ଯ୍ୟ ରଖିବାକୁ ହେବ। ଯାତ୍ରୀମାନେ ବିମାନ ସମ୍ବନ୍ଧୀୟ ଅପଡେଟ୍ ପାଇବା ପରେ ହିଁ ସେମାନଙ୍କର ଯାତ୍ରା ଯୋଜନା ପ୍ରସ୍ତୁତ କରନ୍ତୁ। ଏସବୁ ମଧ୍ୟରେ ବିଶ୍ୱର ସର୍ବବୃହତ୍ ଫ୍ରାନ୍ସ ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବସ୍ ଦର୍ଶାଇଛି ଯେ, ଏ୩୨୦ ସିରିଜ୍ ବିମାନଗୁଡ଼ିକ ତୀବ୍ର ସୌର ବିକିରଣର ବିପଦରେ ଅଛନ୍ତି। ଏହା ଉଡ଼ାଣ ନିୟନ୍ତ୍ରଣ ତଥ୍ୟକୁ ନଷ୍ଟ କରିପାରେ, ଯାହା ଉଚ୍ଚତା, ଦିଗ ଏବଂ ନିୟନ୍ତ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ସୃଷ୍ଟି କରିଥାଏ। କମ୍ପାନୀ ଏହି ବିମାନଗୁଡ଼ିକ ପାଇଁ ସଫ୍ଟେଓୟାର୍ ଅପଡେଟ୍ କରାଯିବା ପାଇଁ ନିର୍ଦ୍ଦେଶ ଜାରି କରିଛି। ପ୍ରକାଶ, ଭାରତରେ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏ୩୨୦ ସିରିଜ୍ ବିମାନଗୁଡ଼ିକ ପରିଚାଳନା କରନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଅନୁଯାୟୀ, ଶନିବାର ସକାଳ ୧୦ଟା ସୁଦ୍ଧା ମୋଟ୍ ୩୩୮ଟି ବିମାନ ମଧ୍ୟରୁ ୧୮୯ଟି ଏ୩୨୦ ସିରିଜ୍ ବିମାନରେ ସଫ୍ଟୱେର୍ ଅପଗ୍ରେଡ୍ ସମାପ୍ତ ହୋଇଛି। ୩୦ ନଭେମ୍ବର ସକାଳ ୫:୨୯ ସୁଦ୍ଧା ସମସ୍ତ ବିମାନଗୁଡ଼ିକର ସଫ୍ଟୱେୟାର ଅପ୍‌ଗ୍ରେଡେସନ୍ ସମାପ୍ତ ହେବାର ଆଶା କରାଯାଉଛି। ତେବେ ଏହି ଏୟାରବସ୍‌ଗୁଡ଼ିକ ଭାରତରେ ସର୍ବାଧିକ ବ୍ୟବହୃତ ହୋଇଥାଏ। ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏୟାରଲାଇନ୍ସ ପାଖରେ ଏହି ମଡେଲର ପ୍ରାୟ ୫୫୦ ବିମାନ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking