27.1 C
Bhubaneswar
Thursday, March 19, 2026
Homeଓଡିଶା୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ସହ ୩ ମୋବାଇଲ ୨ ବାଇକ ଜବତ

୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ସହ ୩ ମୋବାଇଲ ୨ ବାଇକ ଜବତ

ବେଗୁନିଆ: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରା ବ୍ରାଉନ ସୁଗାର କାରବାର । ଗୁରୁବାର ବେଗୁନିଆ ଅବକାରୀ ବିଭାଗ  ଖବର ପାଇ କପାସିଆ ସ୍କୁଲ ନିକଟରେ ଚଢାଉ କରିଥିଲା।ଚଢାଉ ସମୟରେ ୧୦୫ ଗ୍ରାମର ଧଳା ଜହର  ବ୍ରାଉନ ସୁଗାର ଜବତ କରି ୩ଜଣଙ୍କୁ ଗିରଫ କରିଛି। ଏହା ସହିତ  ତିନୋଟି ମୋବାଇଲ  ଦୁଇଟି ବାଇକ ଜବତ କରିଥିବା ସୂଚନା ମିଳିଛି।ବେଗୁନିଆ ଅବକାରୀ ଅଧିକାରୀ।ବୋଲଗଡ ଥାନା ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟରେ ଏହି ଚୋରା ବେପାରୀଙ୍କୁ ଧରିଛନ୍ତି। ବେଗୁନିଆ ଅବକାରୀ ଟିମ୍ କପାସିଆ ସ୍କୁଲ ନିକଟରେ ଚୋରା ବ୍ରାଉନ ସୁଗାର କାରବାର ହେଉଥିବା ସମ୍ପର୍କରେ  ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ।ସୂଚନା ଆଧାରରେ ଘଟଣାସ୍ଥଳରେ ପହଞ୍ଚି ୧୦୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନ ସୁଗାର ମୂଲ୍ଯ ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking