23.1 C
Bhubaneswar
Saturday, February 7, 2026
Homeଓଡିଶାଯୁବକଙ୍କୁ ମାରି ରାସ୍ତା କଡରେ ଫିଙ୍ଗିଦେଲେ!

ଯୁବକଙ୍କୁ ମାରି ରାସ୍ତା କଡରେ ଫିଙ୍ଗିଦେଲେ!

ନୟାଗଡ: ରାସ୍ତାକଡରୁ ଯବକଙ୍କ ମୃତଦେହ ଉଦ୍ଧାର। ନୟାଗଡ ଜିଲ୍ଲା ଦଶପଲ୍ଲା  ଥାନା ପଙ୍କୁଆ ପଳଶ ଖମଣ  ଉଦୁରା  ଗାଁ ନିକଟ ରାସ୍ତା କଡରୁ କ୍ଷତାକ୍ତ ଅବସ୍ଥାରେ ମୃତ ଦେହଟି ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି ।  ମୃତଦେହ ନିକଟରେ ହ୍ୟାଣ୍ଡବ୍ୟାଗ, ହେଲମେଟ, ବାଇକ ମଧ୍ୟରହିଛି। ସୂଚନାଅନୁସାରେ ରାସ୍ତା କଡରେ ଯୁବକଙ୍କ ମୃତଦେହ ପଡିଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଚିନା ପହଁରା ଗ୍ରାମର ସୁବାଷ ଖାଟାଇଙ୍କର ଏକମାତ୍ର ପୁଅ ହରି ଥଟାଇ। ବୟସ ୨୬। ତାଙ୍କୁ କେହି ହତ୍ୟା କରି ପିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି । ପୁରା ଘଟଣାର ତଦନ୍ତ ଜାରି ରହିଛି । ସେପଟେ ଚଢେୟାପଲ୍ଲୀ ଜଙ୍ଗଲରେ ମଧ୍ୟ ମାଓବାଦୀ ମାନେ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ  ସେମାନେ ହିଁ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା  କିଛି ଲୋକ କହୁଥିବା ଶୁଣିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking