36.1 C
Bhubaneswar
Tuesday, May 19, 2026
Homeଦେଶ ବିଦେଶଓଲଟିଲା ଡବଲ୍ – ଡେକର୍ ବସ୍‌: ୧୪ ଗୁରୁତର

ଓଲଟିଲା ଡବଲ୍ – ଡେକର୍ ବସ୍‌: ୧୪ ଗୁରୁତର

ବିହାର: ବିହାରରେ ଭୟଙ୍କର ସଡକ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଓଲଟି ପଡିଛି ଡବଲ – ଡେକର ବସ୍। ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି। ସୂଚନାରୁ ପ୍ରକାଶ, ବିହାରରୁ ବାରାଣସୀ ଯ୍ଧମଥିବା ଏକ ଡବଲ – ଡେକର ବସ୍ ବୁଧୁବାର ଭୋର ମାଉ ଜିଲ୍ଲାର ମୁରଲୀ ଢାବା ନିକଟରେ ହଠାତି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେଥି ମଧ୍ୟରୁ ୧୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ଆମ୍ବୁଲେନ୍ସ ଏବଂ ପୋଲିସ ସହାୟତାରେ ସମସ୍ତ ଆହତଙ୍କୁ ମାଉ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପୋଲିସ ଏହି ଘଟଣା ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking