36.1 C
Bhubaneswar
Tuesday, May 19, 2026
Homeଦେଶ ବିଦେଶଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ: ୧୩ ମୃତ

ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣ: ୧୩ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନ ର ଏକ ପାଲେଷ୍ଟାଇନ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଏବଂ ସରକାରୀ ଅଧିକାରୀମାନେ କହିଛନ୍ତି । ଇସ୍ରାଏଲୀ- ହିଜବୋଲା ମଧ୍ୟରେ ଅସ୍ତ୍ର ବିରତି ହେବାର ଏକ ବର୍ଷ ପରେ ଏହା ଲେବାନନ ଉପରେ ସବୁଠାରୁ ଘାଟକ ଆକ୍ରମଣ ବୋଲି କୁହାଯାଉଛି । ରାଜ୍ୟ ପରିଚାଳିତ ଜାତୀୟ ସମାଚାର ଏଜେନ୍ସି କହିଛି ଯେ, ଉପକୂଳବର୍ତ୍ତୀ ସିଡନ ସହର ଉପକଣ୍ଠରେ ଥିବା ଆଇନ ଏଲ ହିଲୱେ ଶରଣାର୍ଥୀ ଶିବିରରେ ଏକ ମସଜିଦର ପାର୍କିଂ ସ୍ଥାନରେ କାର ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା । ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏହି ଏୟାରଷ୍ଟ୍ରାଇକରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତ, ମୃତକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ହମାସ ଯୋଦ୍ଧାମାନେ ସାମ୍ବାଦିକମାନଙ୍କୁ ଘଟଣାସ୍ଥଳକୁ ପହଞ୍ଚିବାକୁ ବାରଣ କରିଛନ୍ତି ।

ଇସ୍ରାଏଲୀ ସେନା କହିଛି ଯେ, ଆମେ ହମାସର ଏକ ତାଲିମ କେନ୍ଦ୍ର ଉପରେ ଆକ୍ରମଣ କରିଛୁ। ତାଲିମ କେନ୍ଦ୍ର ଇସ୍ରାଏଲ ଏବଂ ଏହାର ସେନା ବିରୋଧରେ ଆକ୍ରମଣ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିଲା।  ଇସ୍ରାଏଲୀ ସେନା ହମାସ ସଂଗଠନ ଯେଉଁଠାରେ କାର୍ଯ୍ୟ କରୁଛି ସେଠାରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ଇସ୍ରାଏଲ କହିଛି ।ହମାସ ଏକ ବିବୃତିରେ ଆକ୍ରମଣକୁ ନିନ୍ଦା କରିଛି ଏବଂ କହିଛି ଯେ, ଏକ  ଖେଳ ପଡ଼ିଆରେ ଆକ୍ରମଣ ହୋଇଛି।  ଏହା ଏକ ତାଲିମ ପରିସର ବୋଲି ହମାସ ଅସ୍ୱୀକାର କରିଛି।ଗତ ଦୁଇ ବର୍ଷ ମଧ୍ୟରେ, ଲେବାନନ୍ ଉପରେ ଇସ୍ରାଏଲୀ ବିମାନ ଆକ୍ରମଣରେ ଆତଙ୍କବାଦୀ ହିଜବୋଲା ଗୋଷ୍ଠୀ ଏବଂ ହମାସ ଭଳି ପାଲେଷ୍ଟାଇନ ଗୋଷ୍ଠୀର ଅନେକ ଅଧିକାରୀ ପ୍ରାଣ ହରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking