38.1 C
Bhubaneswar
Tuesday, May 19, 2026
Homeଦେଶ ବିଦେଶବିହାରରେ ସମ୍ରାଟ, ବିଜୟ ହେଲେ ଉପମୁଖ୍ୟମନ୍ତ୍ରୀ

ବିହାରରେ ସମ୍ରାଟ, ବିଜୟ ହେଲେ ଉପମୁଖ୍ୟମନ୍ତ୍ରୀ

ବିହାର: ସରିଲା ବିହାରର ବିଜେପି ବିଧାୟକ ଦଳ ବୈଠକ । ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବିଜୟ ସିହ୍ନା ବିଧାୟକ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ଭାବେ ରହିବେ। ପାଟନାରେ ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦୁଇ ନେତା ଗତକାଲି ଶପଥ ଗ୍ରହଣ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ପୂର୍ବରୁ ଆଜି ସକାଳେ ଅନୁଷ୍ଠିତ ହୋଇଥିବା ଜେଡିୟୁର ଦଳୀୟ ବିଧାୟକ ବୈଠକରେ ବିଧାୟକ ଦଳ ନେତା ଭାବେ ନୀତିଶ କୁମାରଙ୍କୁ ନିର୍ବାଚିତ କରାଯାଇଥିଲା। ନୀତିଶ କୁମାର ସନ୍ଧ୍ୟାରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିବେ। ସେ ବିଦାୟୀ ସରକାରଙ୍କ ମୁଖ୍ୟ ଭାବରେ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ମଧ୍ୟ ଦେବେ। କାଲି ଦିନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ। ଜେଡିୟୁ ଏବଂ ବିଜେପି ବିଧାୟକ ଦଳ ବୈଠକ ଶେଷ ହୋଇଛି। ନେତାମାନଙ୍କୁ ଚୟନ କରାଯାଇଛି। ଏବେ, ଏନଡିଏ ବିଧାୟକ ଦଳ ବୈଠକ ଖୁବ୍ ଶୀଘ୍ର ଆରମ୍ଭ ହେବ।

ନୀତିଶ ଜେଡିୟୁ ବିଧାୟକ ଦଳ ନେତା

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking