23.1 C
Bhubaneswar
Sunday, February 8, 2026
Homeଓଡିଶାଝରକା ଗ୍ରୀଲ୍‌ରେ ଝୁଲି ପଡ଼ିଲେ ଯୁକ୍ତତିନି ଶେଷ ବର୍ଷ ଛାତ୍ର

ଝରକା ଗ୍ରୀଲ୍‌ରେ ଝୁଲି ପଡ଼ିଲେ ଯୁକ୍ତତିନି ଶେଷ ବର୍ଷ ଛାତ୍ର

ଜଗତ୍‌ସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ନିକଟସ୍ଥ ଏକ ଘରୋଇ ଛାତ୍ରବାସରେ ଘଟିଛି ଅଘଟଣ। ଗତକାଲି ବିଳମ୍ବିତ ରାତ୍ରରେ ଏସ୍‌ଭିଏମ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତତିନି ଶେଷ ବର୍ଷର କଳାଛାତ୍ର ଓମ୍ ପ୍ରକାସ ଆଚାର୍ଯ୍ୟ ସହପାଠିମାନେ ଶୋଇଥିବା ସମୟରେ ଘରର ବାହାର ପାଶ୍ୱର୍ ଝରକା ଗ୍ରୀଲରେ ଗାମୁଛା ଜରିଆରେ ବାନ୍ଧି ହୋଇ ଆତ୍ମହତ୍ୟା କରିଥିବା ଦେଖାଯାଇଛି। ଯାହାକି ମଙ୍ଗଳବାର ଘର ମାଲିକ ଓ ଅନ୍ୟ ଛାତ୍ରମାନେ ୨ମହଲା ଝରକା ଗ୍ରୀଲରେ ଓମ୍ ପ୍ରକାସଙ୍କ ଝୁଲନ୍ତା ଶବକୁ ଦେଖି ସଦର ଥାନାକୁ ଜଣାଇବା ସହିତ ତାର ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବାର ଲୋକ ଓ ମାଜିଷ୍ଟ୍ରେଟ୍ ଜଗତସିଂହପୁର ତହସିଲଦାର ଉପସ୍ଥିତ ହେବା ପରେ ସଦର ପୁଲିସ ଓମ୍ ପ୍ରକାଶଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ପୋର୍ଷ୍ଟମଟମ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳକୁ ପଠାଇଥିଲେ। ଅପରାହ୍ନରେ ପୋର୍ଷ୍ଟମଟମ ପରେ ପୁଲିସ ଓମ୍ ପ୍ରକାଶର ମର ଶରିରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ଓମ୍ ପ୍ରକାଶଙ୍କ ମରଶରୀର ନିଜ ଗ୍ରାମ ସ୍ଥାନୀୟ ପିତେଇପୁର ପଞ୍ଚାୟତ ଅନ୍ତର୍ଗତ ଉଗାଳପୁର ଗ୍ରାମରେ ପହଞ୍ôଚବା ପରେ ଗାଁ ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଥିଲା। ଓମ୍ ପ୍ରକାଶ, ଲଳିତ କୁମାର ଆଚାର୍ଯ୍ୟଙ୍କ ଏକ ମାତ୍ର ସନ୍ତାନ ଥିଲେ। ଅନ୍ୟପକ୍ଷରେ ସଦର ପୁଲିସ ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି। ପ୍ରକାଶ, ସଦର ଥାନା ଅନ୍ତର୍ଗତ ପିତେଇପୁର ପଞ୍ଚାୟତ ଅନ୍ତର୍ଗତ ଉଗାଳପୁର ଗ୍ରାମର ଲଳିତ କୁମାର ଆଚାର୍ଯ୍ୟଙ୍କ ଏକ ମାତ୍ର ସନ୍ତାନ ଓମ୍ ପ୍ରକାଶ ଆଚାର୍ଯ୍ୟ(୨୦) ଯେ କି ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଯୁକ୍ତତିନି ଶେଷ ବର୍ଷ କଳା ଛାତ୍ର ଅଟନ୍ତି। ତେବେ କଲେଜରେ ପଢିବା ସମୟରେ ସେ ଦୈନଦିନ ଘରୁ କଲେଜକୁ ଯିବା ଆସିବା କରିଥାନ୍ତି। ହେଲେ ତାର କ୍ଲାସ୍‌ମେଟ୍ ସାଙ୍ଗ ନିକଟସ୍ଥ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟ ଜଣେ ଓକିଲଙ୍କ ଆବାସିକ ଘରର ଉପର ମହଲାରେ ଭଡା ସୂତ୍ରରେ ରହି ଆସୁଥିଲେ। ହେଲେ ସୋମବାର ବାପା ଓ ମାଆଙ୍କ ମଧ୍ୟରେ ଅଧିକ ମାତ୍ରରେ ବିବାଦ ହେବା ନେଇ ସୋମବାର ସନ୍ଧ୍ୟାରେ ଘର ଛାଡି ତାର ସାଙ୍ଗ ରହୁଥିବା ଛାତ୍ରବାସକୁ ପଳାଇ ଆସିଥିଲେ। ହେଲେ ରାତ୍ରରେ ଉକ୍ତ ରୁମରେ ତାର ଦୁଇ ଜଣ ସାଙ୍ଗଙ୍କ ସାଥିରେ ଶୋଇଥିବା ମଧ୍ୟରେ ବିଳମ୍ବିତ ରାତ୍ରରେ ଓମର ପ୍ରକାଶ ସଜ୍ୟା ଛାଡି ଘର ବାହାରକୁ ଆସି ଝରକାରେ ଗାମୁଛା ଜରିଆରେ ବେକରେ ବାନ୍ଧି ଆତ୍ମ ହତ୍ୟା କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking