24.1 C
Bhubaneswar
Friday, February 6, 2026
Homeଓଡିଶାଯାଜପୁର ରୋଡ ତାଲୁକ ଆଇନ ସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକଙ୍କ ସଚେତନତା ଶିବିର

ଯାଜପୁର ରୋଡ ତାଲୁକ ଆଇନ ସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକଙ୍କ ସଚେତନତା ଶିବିର

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ବରିଷ୍ଟ ନାଗରିକ ମଞ୍ଚ କାର୍ଯ୍ୟାଳୟ ଠାରେ ସବ୍ ଜଜ ତଥା କମିଟି ର ଅଧକ୍ଷ ଦିବ୍ୟ ଜୋତି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବରିଷ୍ଟ ନାଗରିକ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜଜ୍ ଶ୍ରୀ ମହାପାତ୍ର ଏହି ଶିବିରରେ ଅଂଶ ଗ୍ରହଣ କରିଥିବା ବୃଦ୍ଧ, ବୃଦ୍ଧା ମାନଙ୍କୁ ଆଇନ ମଧ୍ୟରେ ଥିବା ପ୍ରାବଧାନ ଓ ମାଗଣା ସେବା ତଥା ୨୦୧୭ ରେ ରେ ରକ୍ଷଣା ବ୍ୟକ୍ଷଣ ଉପରେ ନିଜର ଅଧିକାର ଓ ଧାରା ୨୧ ରେ ସମ୍ମାନ ର ସହ ବଞ୍ଚିବାର ଅଧିକାର ଉପରେ ଧ୍ୟାନ ଦେବାକୁ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନ ଯିବି ନାରାୟଣ ପ୍ରସାଦ ପତି, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ବରିଷ୍ଟ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ, ଆଇନଜୀବୀ ସରୋଜ କୁମାର ପଣ୍ଡା, ମାନସ ରଂଜନ ଗୋସ୍ୱାମୀ ରାମଚନ୍ଦ୍ର ପହି ଓ ଡାକ୍ତର ଗୌରୀଶଙ୍କର ଷଡ଼ଙ୍ଗୀ ପ୍ରମୁଖ ଆୟୋଜିତ ବରିଷ୍ଟ ନାଗରିକ ମାନଙ୍କ ଶିବିର ରେ ଉଦବୋଧନ ଦେଈ ପରିବାର ମଧ୍ୟରେ ଥିବା ବିବାଦ ଓ ସମାଜ ରେ ସିନିୟର୍ ସିଟିଜେନ ମାନଙ୍କ ପାଇଁ ଥିବା ସମସ୍ତ ଆଇନ ସେବା ପାଇଁ ସହାୟତା ତାଲୁକ ସେବା ଉପଲବ୍ଧ ବୋଲି ବକ୍ତା ମାନେ ପ୍ରକାଶ କରିଥଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking