19.1 C
Bhubaneswar
Friday, December 5, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଯେମିତି ନିଶ୍ବାସ ବିନା ଜୀବନ ଅସମ୍ଭବ,ସେହିପରି ବିଶ୍ବାସ ବିନା ସମ୍ପର୍କ ତିଷ୍ଠିବା ଅସମ୍ଭବ ।
ଆଳସ୍ଯର ଫଳ କେବଳ ଦୁଃଖ
କଷ୍ଟ କଲେ ମିଳିଥାଏ ନିଶ୍ଚୟ ସୁଖ
କର୍ମ ହିଁ ଭଗବାନ
କର୍ମ ହିଁ ବାସ୍ତବିକ ଧନ ।

ଟିକେ ଟିକେ କଥାରେ ରାଗି ଯାଆନ୍ତି, ରୁଷିଥାନ୍ତି ସେଇମାନେ ଯେଉଁ ମାନେ ସୋଚଟ ଅଟନ୍ତି..,,

କପଟି ମାନେ ତ ସାମ୍ନାରୁ ହସୁଥାନ୍ତି କିନ୍ତୁ ପଛରୁ ଛୁରୀ ମାରିଥାନ୍ତି…l

ଜୀବନର ପ୍ରତ୍ୟେକ ଟି ମୋଡରେ, ପ୍ରତ୍ୟେକ ପରିସ୍ଥିତିରେ ଆମ ସହ କେହି ନା କେହି ସହଯୋଗ କରିଥାଏ..ହେଲେ ଆମକୁ ପ୍ରେରଣା ଓ ଉତ୍ସାହ ଯୋଗାଇ ଥାଏ ଅନ୍ୟ ଜଣେ କେହି ଯାହାକୁ ଆମେ ଦେଖି ପାରି ନଥାଉ କେବଳ ଅନୁଭବ କରି ପାରୁ.. ସବୁ ଠିକ୍ ଭୂଲ୍ ରେ ବାଟ କଢ଼ାଇ ଦେଇଥାଏ ଆମକୁ ସେ..ଆଉ ସେ ହେଉଛି ଆମ ଅନ୍ତରାତ୍ମା.. ।

ଆତ୍ମନିର୍ଭରଶୀଳ ହୁଅ, ଯେପରି ଯେ କୌଣସି ପରିସ୍ଥିତି କୁ ଏକାକୀ ସମ୍ମୁଖୀନ କରିପାରିବ..କାରଣ, ମୁଁ ମୁଁ କହି ପରିଚୟ ଦେଉଥିବା ଏହି ଶରୀର ବି ଦିନେ ନ କହି ତୁମକୁ ତାଟି କବାଟ ଦେଇ ତଡ଼ିଦେବ ।

ଯାହାର କିଛି Guarantee ନାହିଁ ତାର ନାମ ହେଉଛି “ଜୀବନ ” ଯାହାର Guarantee ଅଛି ତାର ନାମ ହେଉଛି “ମୃତ୍ୟୁ ” ।
ଯଦି କେହି କେବେ ଆପଣଙ୍କର ବିଶ୍ବାସ ଭାଙ୍ଗନ୍ତି ତେବେ ଆପଣ ତାଙ୍କୁ ଧନ୍ୟବାଦ ଦେବା ଉଚିତ୍, କାହିଁକିନା ସେ ହିଁ ଆପଣଙ୍କୁ ଶିକ୍ଷା ଦିଅନ୍ତି ଯେ ବିଶ୍ବାସ ଅତି ଯତ୍ନର ସହିତ କରାଯିବା ଉଚିତ୍ !!”

ସମସ୍ତେ ସଫଳ ହେବାକୁ ଚାହାନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ପରିଶ୍ରମ କରିବାକୁ କୁଣ୍ଠାବୋଧ କରନ୍ତି, ଯେଉଁମାନେ ପରିଶ୍ରମ କରନ୍ତି ସେମାନେ ସଫଳ ହୁଅନ୍ତି ଏବଂ ଅନ୍ୟମାନେ ଜୀବନ ପଥରେ ପଛରେ ରହିଯାଆନ୍ତି !!”

“ସଦଗୁଣ ହିଁ ମନୁଷ୍ୟର ସୌନ୍ଦର୍ଯ୍ୟକୁ ଶତଗୁଣ ବୃଦ୍ଧି କରିଥାଏ । ଜ୍ଞାନୀ ବ୍ୟକ୍ତି କଦାପି ବ୍ୟବହାରର ରୂପ ଦେଖି ମୁଗ୍ଧ ହୁଅନ୍ତି ନାହିଁ, ସେମାନେ କାର୍ଯ୍ୟକ୍ରମର ବିଶ୍ଳେଷଣ କରି ମନୁଷ୍ୟକୁ ବିଚାର କରନ୍ତି !!”

“ତୁମେ ତୁମର ଅତୀତକୁ ଯାଇ ଆରମ୍ଭ ହୋଇଥିବା ଭୁଲକୁ ସୁଧାରି ପାରିବନି ସତ ; କିନ୍ତୁ ବର୍ତ୍ତମାନରେ ଥାଇ ଭବିଷ୍ୟତର ଶେଷକୁ ସଜାଡ଼ି ପାରିବ !!”

ଅଦ୍ୟ ନଭେମ୍ବର ମାସ ୧୬ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ମାର୍ଗଶୀର ମାସ- କୃଷ୍ଣ
ତିଥି-ଦ୍ୱାଦଶୀ ରାତ୍ରି ଘ୦୪/୨୭ ଗତେ ତ୍ରୟୋଦଶୀ
ନକ୍ଷତ୍ର-ହସ୍ତା ରାତ୍ରି ଘ୦୨/୪୦ ଗତେ ଚିତ୍ରା
ଚନ୍ଦ୍ର- କନ୍ୟା
ଯୋଗ- ବିସ୍କୁମ୍ଭ
କରଣ – କୌଳବ
ସୌରମାସ- ବିଛା ୦୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୦୧/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୫୨
*✧═════•❁❀
ଯୋଗିନୀ ନୈରୁତେ ରାତ୍ରି ଘ୦୪/୨୭ ଗତେ ଦକ୍ଷିଣେ
ବୃଷ ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ଦ୍ଵିପାଦ ରାତ୍ରି ଘ୦୪/୨୭ ଗତେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୧୧ ଗତେ ଘ୦୧/୦୦ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୦ ଗତେ ଘ୦୯/୧୨ ମଧ୍ୟେ ଓ ଘ୦୧/୦୧ ଗତେ ଘ୦୩/୩୬ ମଧ୍ୟେ ଓ ରାତ୍ରି ଘ୦୭/୩୦ ଗତେ ଘ୦୯/୦୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୪ ଗତେ ଘ୦୫/୦୫ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ପୋଇ ଶାଗ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ ✧═════•❁❀❁•═════
ମେଷ
ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।
✧═════•❁❀❁•═════
ବୃଷ
ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।
✧═════•❁❀❁•═════
ମିଥୁନ
ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।
✧═════•❁❀❁•═════
କର୍କଟ
କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
✧═════•❁❀❁•═════

ସିଂହ
ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।
✧═════•❁❀❁•═════
କନ୍ୟା
ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।
✧═════•❁❀❁•═════
ତୁଳା
ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
✧═════•❁❀❁•═════
ବିଛା
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।
✧═════•❁❀❁•═════
ଧନୁ
କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।
✧═════•❁❀❁•═════
ମକର
ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।
✧═════•❁❀❁•═════
କୁମ୍ଭ
କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।
✧═════•❁❀❁•═════
ମୀନ
ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking