21.1 C
Bhubaneswar
Wednesday, February 4, 2026
Homeଓଡିଶାଭେଣ୍ଟିଲେଟରରେ ହ୍ୟୁମାନ୍ ସାଗର

ଭେଣ୍ଟିଲେଟରରେ ହ୍ୟୁମାନ୍ ସାଗର

ଭୁବନେଶ୍ବର: ଓଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଏବେ ଭେଣ୍ଟିଲେଟରରେ। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ଗତକାଲି ଯେଉଁ ଅବସ୍ଥାରେ ହ୍ୟୁମାନ୍ ସାଗରଙ୍କୁ ଭୁବନେଶ୍ବର ଏମ୍‌ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଆଜି ସେମିତି ରହିଛି। ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କୁ ୭୨ ଘଣ୍ଟା ଯାଏ ଅବଜରଭେସନରେ ରଖାଯାଇଛି। ତାଙ୍କର ଲିଭର୍‌ ଖରାପ ଥିବାବେଳେ କିଡ୍‌ନି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେ ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଛି।ଲିଭର୍‌ ଓ କିଡ୍‌ନି ସହିତ ହ୍ୟୁମାନ୍‌ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି। ସେ ଶ୍ବାସକ୍ରିୟାଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଛି। ଏକ୍‌ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ରେ ବହୁ ରୋମାଣ୍ଟିକ୍‌ ଗୀତ ଭେଟି ଦେଇଥିବା ହ୍ୟୁମାନ୍‌ ସାଗର ଘରେ ଘରେ ପରିଚିତ। ଏଣେ ଆଜି ହ୍ୟୁମାନ୍ ସାଗରଙ୍କ ମା କହିଛନ୍ତି, ତାର ଅଙ୍ଗ କାମ କରୁନି। ଗୋଟିଏ ପ୍ରତିଶତ ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ଲାଗି ଚିନ୍ତା କରୁଛନ୍ତି। ଏଥିଲାଗି ରାଜ୍ୟ ସରକାର ତାଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking