16.1 C
Bhubaneswar
Thursday, February 5, 2026
Homeଓଡିଶାବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

ଭୁବନେଶ୍ୱର: ଜନଜାତି ସମ୍ପ୍ରଦାୟଙ୍କଠାରୁ ଭଗବାନର ଆଖ୍ୟା ପାଇଥିôବା ଶହୀଦ ବିର୍ସା ମୁଣ୍ଡା ୨୫ବର୍ଷ ବୟସରେ ହିଁ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ନୂଆଫର୍ଦ୍ଦ ଯୋଡି ଥିଲେ। ୧୮୯୭ ରୁ ୧୯୦୦ ମସିହା ମଧ୍ୟରେ ଶ୍ରୀ ମୁଣ୍ଡା ବ୍ରିଟିଶ ସହ ଲଢ଼େଇ କରିଥିଲେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ “ବିର୍ସା ମୁଣ୍ଡା” ପୁଣ୍ୟତିଥୀ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି।

ଡ. ମହାନ୍ତି କହିଛନ୍ତି ଯେ, ୧୮୫୭ମସିହା ନଭେମ୍ବର ୧୫ତାରିଖରେ ଝାଡଖଣ୍ଡର ରାଂଚି ଜିଲ୍ଲାର ଉଲିହାଟୁ ଗାଁରେ ମୁଣ୍ଡା ଜନଜାତିରେ ବିର୍ସା ମୁଣ୍ଡା ଜନ୍ମ ଗ୍ରହଣ କରିଥିଲେ। ୧୮୯୪ରେ ଶ୍ରୀ ମୁଣ୍ଡା ଦୁର୍ଭିକ୍ଷ ଏବଂ ମହାମାରୀ ପରେ ବ୍ରିଟିଶଙ୍କୁ ଜନତାଙ୍କ ଉପରୁ କର ଛାଡ ପାଇଁ ଆନ୍ଦୋଳନ କରିଥିଲେ। ଉନ୍ନବିଂଶ ଶତାବ୍ଦୀରେ ଦେଶରେ ଇଂରେଜ ଶାସନ କାଳରେ ବିର୍ସା ମୁଣ୍ଡା ଝାଡଖଣ୍ଡର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକାଠି କରି ବିପ୍ଳବ ଆରମ୍ଭ କରିଥିଲେ। ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧାଭାବେ ଲଢ଼େଇ କରି ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତିମନ୍ତ ପ୍ରତୀକ ପାଲଟିଥିଲେ। ଆଦିବାସୀ ଓ ଜନଜାତିଙ୍କ ପାଇଁ ବିର୍ସା ମୁଣ୍ଡାଙ୍କ ଅନ୍ତର ନିରନ୍ତର କାନ୍ଦୁଥିଲା। ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ। ଲୋକଙ୍କୁ ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇଥିଲେ।

ପାରମ୍ପରିକ ଜମି ଅଧିକାର, ସାଂସ୍କୃତିକ ତଥା ଧାର୍ମିକ ବିଶ୍ୱାସର ସୁରକ୍ଷା ପାଇଁ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ନିରନ୍ତର ଯୁଦ୍ଧ କରିଆସିଥିଲେ। ଅଗଷ୍ଟ ୧୮୯୭ ଖୁଂଟି ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହାପରେ ୧୮୯୮ରେ ଟାଙ୍ଗୀ ନଦୀ ଉପକୂଳରେ ବ୍ରିଟିଶ ସୈନ୍ୟଙ୍କ ସହ ମୁହାଁମୁହିଁ ହୋଇଥିଲେ। ୧୯୦୦ ମସିହା ଜାନୁୟାରୀ ମାସରେ ଡୋମ୍ବାଡି ପାହାଡ ଉପରେ ପୁନଃର୍ବାର ବ୍ରିଟିଶ ସୈନିକଙ୍କ ସହ ମୁହାଁମୁହିଁ ହୋଇଥିଲେ ଓ ଦୁଇ ମାସ ପରେ ଗିରଫ ହୋଇ ରାଂଚି ଜେଲ୍‌ରେ ରହିଥିଲେ। ଜୁନ୍ ୯ରେ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜିର ଦିନରେ ତାଙ୍କର ଏହି ସ୍ମୃତିକୁ ମନେ ପକାଇ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଡ. ମହାନ୍ତି ଆହ୍ୱାନ ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟ ଉପସଭାନେତ୍ରୀ ସିପ୍ରା ବାଜପେୟୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନଙ୍କ ସମେତ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking