31.1 C
Bhubaneswar
Wednesday, March 25, 2026
Homeଓଡିଶାବନ୍ଧୁକ ମୂନରେ ୩.୫୯ ଲକ୍ଷ ଲୁଟିନେଲେ ଲୁଟେରା

ବନ୍ଧୁକ ମୂନରେ ୩.୫୯ ଲକ୍ଷ ଲୁଟିନେଲେ ଲୁଟେରା

ରାଉରକେଲା: ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍ ହୋଇଛି।  ଘରୋଇ ଟ୍ରାନ୍ସପୋର୍ଟ କମ୍ପାନି ଅଫିସରେ ପଶି ଥିଲେ।କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧୁକ ମୂନରେ ୩.୫୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସୁନ୍ଦରଗଡ଼ଜିଲ୍ଲା  ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ଅଞ୍ଚଳରେ ଏହି ଘଟଣା ଘଟିଛି ।ଗତକାଲି ରାତିରେ ଦୁଇଟି ବୋଲେରୋ ଗାଡ଼ିରେ ପ୍ରାୟ ୮ ରୁ ୧୦ ଜଣ ଡକାୟତ ଟ୍ରାନ୍ସପୋର୍ଟ କମ୍ପାନି ଅଫିସ୍‌ରେ ପଶି ଥିଲେ।  ଡକାୟତମାନେ ମୁଖା ପିନ୍ଧିଥିବା ବେଳେ ହାତରେ ପିସ୍ତଲ୍ ଏବଂ ଅନ୍ୟ ମାରଣାସ୍ତ୍ର ଧରି ଥିଲେ।ଅଫିସ୍‌ର  କର୍ମଚାରୀଙ୍କୁ ମାଡ଼ ମାରି  ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ। ଗଲା ବେଳେ  ସିସିଟିଭି ହାର୍ଡୱେର୍ ମଧ୍ୟ ଭାଙ୍ଗି ଦେଇଥିଲେ।  ଲହୁଣୀପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking