ନୂଆପଡା: ନୂଆପଡା ଫଳାଫଳ ପୂର୍ବରୁ ପିସିସି ସଭାପତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କହିଛନ୍ତି, ନୂଆପଡା ଉପନିର୍ବାଚନରେ ଜିତିବ କଂଗ୍ରେସ । ଅଢେଇ ହଜାରରୁ ୫ ହଜାର ଭୋଟରେ ଜିତିବୁ । ଭୋଟ ଚୋରି ଅଭିଯୋଗ ଆଣିଲେ ଭକ୍ତ ଦାସ । ବିଜେପି ଷଡଯନ୍ତ୍ର କରି ଭୋଟ ଚୋରି କରିଛି । ଅନ୍ୟପଟେ ବିଜେଡି ମଧ୍ୟ ବିଜେପି ବିରୁଦ୍ଧରେ ଭୋଟ ଚୋରି ଅଭିଯୋଗ ଆଣିଛି । କହିଛି ମୁକ୍ତ ଏବଂ ଅବାଧ ନଥିଲା ନିର୍ବାଚନ । ଭୋଟ ପ୍ରଭାବିତ କରିବାକୁ ସମସ୍ତ ଚେଷ୍ଟା କରାଯାଇଥିଲା । ପ୍ରଥମେ ୭୫ ପ୍ରତିଶତ ପୋଲିଂ କଥା କୁହାଗଲା । ଏହାପରେ ୮୩ ପ୍ରତିଶତ ପୋଲିଂ ହୋଇଥିବା କୁହାଗଲା । ଏନେଇ ସିସିଟିଭି ଫୁଟେଜ ଦାବି କଲା ବିଜେଡି ।










