ଜଗତସିଂହପୁର: ଜଗତସିଂହପୁରରୁ ଏକ ଅଘଟଣର ଖବର ସାମ୍ନାକୁ ଆସିଛି । ପୋଲ ଉପରୁ କେନାଲକୁ ଡେଇଁ ଯୁବତୀ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ତିର୍ତ୍ତୋଲ ଥାନା ବାଲିପାଟଣା ନିକଟ ତାଳଦଣ୍ଡା କେନାଲକୁ ଡେଇଁ ନିଖୋଜ ଙୋଇଯାଇଛନ୍ତି ଯୁବତୀ । ଯୁବତୀଙ୍କ ପରିଚୟ ମିଳି ପାରିନଥିବା ବେଳେ ସେ ବାଲିପାଟଣା ଗାଁର ବାସିନ୍ଦା ବୋଲି ଜଣାପଡିଛି । ତେବେ କେନାଲରୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବାହିନୀ ନିଖୋଜ ଯୁବତୀକୁ ଖୋଜାଖୋଜି କରୁଥିବା ବେଳେ ପୋଲିସ ଯୁବତୀ କେଉଁ କାରଣରୁ ଏଭଲି ପଦକ୍ଷେପ ନେଲେ ସେନେଇ ତଦନ୍ତ ଆରମ୍ଭ କରିଛି ।









