କେନ୍ଦୁଝର: ଘରୋଇ କଳିରୁ ଉନ୍ମୁତ କାଣ୍ଡ । କେନ୍ଦୁଝରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଘରୋଇ କଳହ ଯୋଗୁଁ ବାପାକୁ ପିଟି ମାରିଦେଲା ପୁଅ । ସିରିସପାଳ ନାଏକସାହିରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି । ଘଟଣା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ସମୟରେ ଅଭିଯୁକ୍ତ ପୁଅକୁ ଅଟକ ରଖି ଟାଉନ ପୋଲିସ ପଚରାଉଚରା କରୁଛି ।










