16.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଅର୍ଜୁନ ଥରେ ଶ୍ରୀକୃଷ୍ଣଙ୍କୁ ପଚାରିଲେ ‘ବିଷ କଣ’ କୃଷ୍ଣ ଏକ ସୁନ୍ଦର ଉତ୍ତର ଦେଲେ “ଜୀବନରେ ଯାହା ଆବଶ୍ୟକତା ଠାରୁ ଅଧିକ” ତାହା ହେଉଛି ବିଷ ” ସେ ଯାହା ବି ହେଉ “ଶକ୍ତି , ଧନ, ଲୋଭ ,ଅହଂକାର , ଅଳସ୍ୟ କିମ୍ବା ଘୃଣା” ଏ ସବୁକିଛି ବିଷ ।
ନୀରବତା ଠାରୁ ପ୍ରଚଣ୍ଡ ଶବ୍ଦ ବିଶ୍ବରେ ନାହିଁ.., ଯଦି ତୁମ ନୀରବତାକୁ କେହି ଜଣେ ବୁଝି ପାରିଛି.., ତେବେ ସେ କେବେ ହେଲେ ତୁମକୁ ଭୁଲ ବୁଝିବ ନାହିଁ..!!
କୁହାଯାଏ ପାଞ୍ଚ ଆଙ୍ଗୁଠି ସମାନ ନୁହେଁ… କି ପାଞ୍ଚ ମନ ମଧ୍ୟ ସମାନ ନୁହେଁ । କାହା ମନରେ କଣ ଅଛି ସେକଥା କିଏ କହିବ ! କିଏ ସ୍ଵସ୍ତିକ ତ କିଏ ନାସ୍ତିକ… । ଏ ଦୁନିଆରେ ମନକୁ ବୁଝିବା ଠାରୁ ଭୁଲ୍ ବୁଝିବା ମଣିଷ ବହୁତ ବେଶୀ ।

ବିଜୟ ସର୍ବଦା ସେହି ବ୍ୟକ୍ତିଙ୍କର ହୁଏ ଯିଏ ଶେଷ ପର୍ଯ୍ୟନ୍ତ ଲଢ଼ନ୍ତି !
ଯେପର୍ଯ୍ୟନ୍ତ ଆମେ ନିଜକୁ ବ୍ୟର୍ଥରୁ ମୁକ୍ତ ହେବାର ଶିକ୍ଷା ଦେବା ନାହିଁ, ସେପର୍ଯ୍ୟନ୍ତ ବିଜୟର ସଠିକ୍ ଶିଖରକୁ ପହଞ୍ଚିପାରିବା ନାହିଁ।
ସଦା ମନେରଖନ୍ତୁ— ଯାହା ଘଟୁଛି ତାହା ହିଁ ଠିକ୍; କୋଣସି କଥାରେ କାହାର ଦୋଷ ନାହିଁ, ତେଣୁ କେବେ ମଧ୍ୟ କାହା ଉପରେ ରାଗ-ରୁଷା କରିବା ଉଚିତ୍ ନୁହେଁ।
ଭଲେ ଆମେ କାହାର କଥାରେ ସମ୍ପୂର୍ଣ୍ଣରୂପେ ସହମତ ନ ହେଇପାରିବା, ପରନ୍ତୁ ସେମାନଙ୍କ ସହିତ ଆମର ସମ୍ପର୍କ ସଦା ଅତୁଟ ରହିଥାଉ — ଏଥିପ୍ରତି ଧ୍ୟାନ ଅବଶ୍ୟ ରଖ ।
ଖୁସି ହେଉଛି ଆପଣଙ୍କ ଜୀବନର ଏକ ବିଶେଷ ସମ୍ପତ୍ତି; ଏହି ସମ୍ପଦକୁ କେବେ ହଜେଇ ଦିଅନ୍ତୁ ନାହିଁ।
ଯେତେବେଳେ ଆପଣ ନିଜକୁ ସମୟ ଏବଂ ସମ୍ମାନ ଦେବେ, ତେବେ ଯାଇ ମନ ଶାନ୍ତ ହେବ ଏବଂ ଜୀବନ ସୁଖ-ଶାନ୍ତିରେ ଭରପୂର ହୋଇଯିବ।”
ନିଜକୁ ସମୟ ଏବଂ ସମ୍ମାନ ଦେବା ଅର୍ଥ ଆତ୍ମ-ପ୍ରେମର ସବୁଠାରୁ ନିଆରା ସୁନ୍ଦର ରୂପ। ଯେତେବେଳେ ଆମେ ନିଜର ମୂଲ୍ୟକୁ ବୁଝିପାରିବା, ତତ୍‌କ୍ଷଣ ମନ ସ୍ଥିର ହୋଇଯିବ ଏବଂ ଜୀବନରେ ସହଜ ସୁଖ ଓ ଶାନ୍ତିର ଅନୁଭୂତି ମଧ୍ୟ ଅବଶ୍ୟ ହୋଇଚାଲିବ।
ଆଜି ଆପଣ ନିଜକୁ ଶାନ୍ତିର ଅନୁଭବ କିପରି କରାଇବେ?

ଜୀବନ ସୁଖ ଓ ଦୁଃଖର ବହିଟିଏ ..କେତେବେଳେ ସୁଖ ଆସିଥାଏ ତ କେତେବେଳେ ଦୁଃଖ ଆସିଥାଏ..ଯିଏ ସୁଖ ଓ ଦୁଃଖକୁ ସହି ଜୀବନ ଅତିବାହିତ କରିଥାଏ ନା , ତାର ଜୀବନ ଏକ ସନ୍ତୁଳନରେ ଚାଲିଥାଏ । ହସ ଆମ ଜୀବନର ସବୁଠାରୁ ବଡ ମହୋଷଧି ଅଟେ। ପିଲାବେଳେ ଆମେ ବିନାକାରଣରେ ମନଖୋଲି ହସିଥାଉ ଆଉ ବଡହେଲେ ଅସଲ କାରଣକୁ ଲୁଚେଇବାକୁ ଯାଇ ହସିବାର ଅଭିନୟ କରିଥାଉ ।

ଯଦି ସ୍ମୃତିକୁ ଅଧିକ ମଧୁର କରିବାକୁ ଚାହଁ ତେବେ ଦୃଢ ଗୌରବକୁ ପ୍ରଶଂସା କର ।
କାର୍ଯ୍ୟ ଭାର ଲାଘବ କରିବା ପାଇଁ ସର୍ବୋତ୍ତମ ଉପାୟ ହେଲା ଯଥାସମ୍ଭବ କମ୍ ଭୁଲ୍ କରିବା ।

ପନ୍ଥା ଉତ୍ତମ ଥିଲେ ସଠିକ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଅବଶ୍ୟମ୍ଭାବୀ ।

ଯାହା ହେବାର ଅଛି ନିଶ୍ଚିତ ହେବ, ରାଜା ମଧ୍ୟ ବନବାସୀ ହୋଇପାରେ ଏବଂ ମହାରଣୀ ମଧ୍ୟ ସନ୍ୟାସିନୀ ହୋଇପାରନ୍ତି। ତେଣୁ ସବୁବେଳେ ସତକର୍ମ କରି କାଳର କରାଳ ଗତିରେ ଆଗକୁ ବଢି ଚାଲିବା ଆମର କାମ ।*

କାହାକୁ ନିଜ ଜୀବନରେ ଅଧିକ Importance ଦେବା ଆଗରୁ ଏଇଟା ଦେଖିବା କଥା କି ଯେ, ତା ଜୀବନରେ ତୁମର Importance କେତେ —।

ଅଦ୍ୟ ନଭେମ୍ବର ମାସ ୧୨ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ମାର୍ଗଶୀର ମାସ- କୃଷ୍ଣ
ତିଥି-ଅଷ୍ଟମୀ ରାତ୍ରି ଘ୧୧/୧୯ ଗତେ ନବମୀ
ନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୦୭/୪୦ ଗତେ ମଘା
ଚନ୍ଦ୍ର- କର୍କର୍ଟ ରାତ୍ରି ଘ୦୭/୪୦ ଗତେ ସିଂହ
ଯୋଗ- ଶୁକ୍ଳ
କରଣ – ବାଳବ
ସୌରମାସ- ତୁଳା ୨୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୧୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୩୦
*✧═════•❁❀
ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୧୯ ଗତେ ଉତ୍ତରେ
କର୍କଟ ରାଶିର ଘାତବାର
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା-ଦିବା ଘ୦୮/୪୫ ଗତେ ଘ୧୦/୧୧ ମଧ୍ୟେ
ବାରବେଳା- ଦିବା ଘ୧୧/୩୩ ଗତେ ଘ୧୨/୫୯ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୫ ମଧ୍ୟେ ଓ ଘ୦୭/୩୩ ଗତେ ଘ୦୮/୨୨ ମଧ୍ୟେ ଓ ଘ୧୦/୪୫ ଗତେ ଘ୧୧/୩୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୪୬ ଗତେ ଘ୦୭/୩୨ ମଧ୍ୟେ ଓ ଘ୦୧/୫୮ ଗତେ ଘ୦୪/୨୨ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ
═✧══•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
✧═════•❁❀❁•═════
ବୃଷ
ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।
✧═════•❁❀❁•═════
ମିଥୁନ
ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।
✧═════•❁❀❁•═════
କର୍କଟ
ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।
✧═════•❁❀❁•═════
ସିଂହ
ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।
✧═════•❁❀❁•═════
କନ୍ୟା
ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।
✧═════•❁❀❁•═════
ତୁଳା
ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
✧═════•❁❀❁•═════
ବିଛା
ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ସତର୍କ ନରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।
✧═════•❁❀❁•═════
ଧନୁ
ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।
✧═════•❁❀❁•═════
ମକର
ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।
✧═════•❁❀❁•═════
କୁମ୍ଭ
ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।
✧═════•❁❀❁•═════
ମୀନ
ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking