18.1 C
Bhubaneswar
Thursday, February 5, 2026
Homeଓଡିଶାଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନଥିଲି : ଶ୍ରୀକାନ୍ତ

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନଥିଲି : ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ଭୋଟ ଗ୍ରହଣରେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଂଘନକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଜେପି କିଭଳି ଉଲଂଘନ କରୁଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି । ଶ୍ରୀ ଜେନା କହିଲେ, ମୁଁ ଅନେକ ନିର୍ବାଚନ ଦେଖିଛି କିନ୍ତୁ ନୂଆପଡା ଭଳି ଟଙ୍କାବଣ୍ଟା ନିର୍ବାଚନ ଦେଖି ନଥିଲି । ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ସମ୍ପୂର୍ଣ ଉଲଂଘନ କରି ବିଜେପି ଗାଁ ଗଣ୍ଡା, ସହର ସବୁଠି ଖୋଲାଖୋଲି ଟଙ୍କା ବାଣ୍ଟୁଛି । ଏ ବିଷୟକୁ ନେଇ ଅନେକ ଥର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ସ୍ୱଚ୍ଛ ଅବାଧ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି । ପୁଲିଙ୍ଗ ଅଫିସର ଭୋଟ ବେଳେ ସରକାରୀ ଦଳକୁ ସାହାଯ୍ୟ କରି ନିଲମ୍ବିତ ହେଉଛନ୍ତି । ଷ୍ଟ୍ରଙ୍ଗରୁମ ଯେଉଁଠି ଭୋଟ ସରିଲା ପରେ ଇଭିଏମ ମେସିନ ରଖାଯାଏ ସେଇଠି ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଅଛି ତ ? ପର୍ଯ୍ୟାପ୍ତ ସିସିଟିଭି ଖଞ୍ଜା ଯାଇଛି କି ବୋଲି ପ୍ରଶ୍ନ ପଚାରିଥିଲେ ।

ପୁଣି କହିଥିଲେ, ଦୂର ଦୁରାନ୍ତ ଅଞ୍ଚଳରୁ ଭୋଟ ବାକ୍ସ ଆସିବ ସେଥିପାଇଁ ନିର୍ବାଚନ ଅଧିକାରୀ କେତେ ସମୟସୀମା ଧାର୍ଯ୍ୟ କରିଛନ୍ତି ? ୫ ଟା ପରେ ଭୋଟ ଅଧିକ ପଡୁଛି କାହିଁକି ? ଭୋଟ ଦାନର ୨ ଦିନ ପୂର୍ବରୁ ପ୍ରବଳ ଟଙ୍କା ବଣ୍ଟନ ଶାସକ ଦଳ କରୁଛି ତାହା ମଧ୍ୟ ଖୋଲାଖୋଲି ହେଉଛି । ବିରୋଧୀ ଦଳଙ୍କ ଗାଡି ଚେକ ହେଉଛି କିନ୍ତୁ ଶାସକ ଦଳର ଟଙ୍କା ବୋହୁଥିବା ଗାଡିକୁ ଚେକ କରା ଯାଉନି । ଏପରି ପ୍ରତୀତ ହେଉଛି ଯେଭଳି ନିର୍ବାଚନ କମିଶନ ଆଚରଣ ବିଧି ଉଲଂଘନ ପାଇଁ ପ୍ରୋତ୍ସାହନ ଦେଉଛି । କିନ୍ତୁ ଯେତେ ବାଧାବିଘ୍ନ ଘଟିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜିତିବେ। ଭୋଟ ଜାଲିଆତି ଓ ଲୋକଙ୍କୁ ଟଙ୍କା ବଣ୍ଟନ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ଅଛି ତେଣୁ ଏସବୁ ଉପରେ ତୁରନ୍ତ ରୋକ ଲଗାଯାଇ ନିର୍ବାଚନ ଅଧିକାରୀ ନିଷ୍ପକ୍ଷ ଅବାଧ ନିର୍ବାଚନ ପରିଚାଳନା କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ଅଧିକାରୀଙ୍କୁ ଜଣାଇଥିଲେ । ତା ଛଡା ଶ୍ରୀ ଜେନା ଗଣମାଧ୍ୟମକୁ କହିଥିଲେ ଯେ, ଆପଣ ମାନେ ଗଣତନ୍ତ୍ରର ପ୍ରହରୀ ତେଣୁ ଆପଣଙ୍କ କ୍ୟାମେରା ଟିମଙ୍କୁ ସଜାଗ ହୋଇ ଆଦର୍ଶ ଆଚରଣ ବିଧି ଉଲଂଘନ ହେଲେ ଖବର ମାଧ୍ୟମରେ ନିର୍ବାଚନ ଅଧିକାରୀ ତଥା ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ଅନୁରୋଧ କରିଥିଲେ । ଯଦି ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ ହୁଏ ତେବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୧୫ ରୁ ୨୦ ହଜାର ଭୋଟରେ ବିଜୟ ଲାଭ କରିବେ ବୋଲି ଶ୍ରୀ ଜେନା ଦୃଢୋକ୍ରି ପ୍ରକାଶ କରିଥିଲେ ।ଏହି ସାମ୍ବାଦିକ ସମ୍ମୀଳନୀରେ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking