ବିହାର: ସରିଲା ବିହାରର ବିଧାନସଭା ନିର୍ବାଚନ । ଇଭିଏମ୍ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ୍ । ବିହାରରେ କିଏ ଗଢିବ ସରକାର ତାକୁ ରହିଲା ଅପେକ୍ଷା । ଏନଡିଏ କ୍ଷମତା ବଜାୟ ରଖିବ ନା ସରକାର ବଦଳିବ ଦେଖିବାକୁ ବାକି ରହିଲା । ୧୪ ତାରିଖରେ ଆସିବ ଏକଜାଟ୍ ରେଜଲ୍ଟ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫% ଭୋଟିଂ ହୋଇଥିଲା ।ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷରେ ସର୍ବାଧିକ ୬୭.୧୪% ମତଦାନ ରେକର୍ଡ କରାଯାଇଛି। ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି।










