23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଗୁଜୁରାଟରେ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାସ: ୩ ଗିରଫ

ଗୁଜୁରାଟରେ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାସ: ୩ ଗିରଫ

ଗାନ୍ଧୀନଗର: ଗୁଜୁରାଟ ଏଟିଏସ୍‌କୁ ମିଳିଛି ଏକ ବଡ଼ ସଫଳତା। ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌) ଏକ ବଡ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ କରିଛି। ଅସ୍ତ୍ରଶସ୍ତ୍ର ବିନିମୟ ପାଇଁ ଗୁଜୁରାଟ ଆସିଥିବା ତିନି ଜଣ ସନ୍ଦିଗ୍ଧଙ୍କୁ ଏଟିଏସସ୍ ଗିରଫ କରିଛି। ମୋନଙ୍କ ମଧ୍ୟରୁ ଜଣେ ଆନ୍ଧ୍ର ପ୍ରଦେଶର ଏବଂ ଦୁଇ ଜଣ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ଏହି ତିନି ଜଣ ଏକ ବଡ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ଗୁଜୁରାଟ ଏଟିଏସ୍‌ ଏକ ବିବୃତ୍ତି ଜାରି କରି ଏ ବିଷୟରେ ସୂଚନା ଦେଇଛି। ଗୁଜୁରାଟ ଏଟିଏସ୍‌ କହିଛି, “ଗୁଜୁରାଟ ଏଟିଏସ୍‌ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନେ ଗତ ଗୋଟିଏ ବର୍ଷ ଧରି ଗୁଜୁରାଟ ଏଟିଏସ୍‌ର ରାଡାରରେ ଥିଲେ। ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବା ସମୟରେ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking