18.1 C
Bhubaneswar
Thursday, February 5, 2026
Homeଓଡିଶାନୂଆପଡାର ନ୍ୟାୟ ପାଇଁ ମୋର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିବି : ଭକ୍ତ

ନୂଆପଡାର ନ୍ୟାୟ ପାଇଁ ମୋର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିବି : ଭକ୍ତ

ଘାସିରାମ ଜିତିବେ ଭକ୍ତଙ୍କ ରୂପରେ ଅବିଭକ୍ତ କଳାହାଣ୍ଡି ଓଡ଼ିଶାର ନେତୃତ୍ବ ନେବ: ଶ୍ରୀକାନ୍ତ
ନୂଆପଡା ଉପନିର୍ବାଚନ, ସତ୍ୟ ଏବଂ ଅସତ୍ୟ ମଧ୍ୟରେ ଏକ ଯୁଦ୍ଧ

ନୂଆପଡ଼ା: କୋମନା ଓ ନୂଆପଡ଼ା ଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ଦୁଇଟି ଜନ ସଭାରେ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ସାମାଜିକ ନ୍ୟାୟଯୁକ୍ତ, ବିକଶିତ ନୂଆପଡାର ମୂଳଦୁଆ ପକାଇବା ପାଇଁ ସଭାରେ ଯୋଗ ଦେଇଥିବା ଅସଂଖ୍ୟ ଦର୍ଶକ ଏବଂ ନୂଆପଡାବାସୀଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଥିଲେ । ସଭାପତି ଶ୍ରୀ ଦାସ କହିଥିଲେ, ୧୯୮୫ ମସିହାରୁ ମୁଁ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଜନତାଙ୍କ ସୁଖ ଦୁଃଖରେ ଭାଗିଦାର ହୋଇ ଏହି ମାଟି ପାଇଁ ଅନବରତ ସଂଗ୍ରାମ କରି ଆସିଛି । ମୁଁ ସାଂସଦ ନିର୍ବାଚିତ ହୋଇ ମୋ ଦ୍ୱାରା ଯେତିକି ସମ୍ଭବ ମୋ ମାଟି ପାଇଁ କରିଛି । ପରେ ମୋର ଦଳ ବିଭିନ୍ନ ରାଜ୍ୟକୁ ଦାୟିତ୍ୱ ଦେଇ ପଠାଇଥିଲା ଏବଂ ତାହା ମୁଁ ସୁଚାରୁରୂପେ ସମ୍ପାଦନ କରିଛି । ମୋ ଉପରେ ଆସ୍ଥାରଖି ଆମ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଜୀ, ନେତା ରାହୁଳ ଗାନ୍ଧୀ ଜୀ ଏବଂ କଂଗ୍ରେସ ସଭାପତି ଖଡ଼ଗେ ଜୀ ଓଡିଶା କଂଗ୍ରେସର ପୁନଃରୁଥାନ ଏବଂ ରାଜ୍ୟରେ କଂଗ୍ରେସ ସରକାର ଆଣିବା ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ମୁଁ ନିଜେ ନିର୍ବାଚନ ଲଢ଼ିଲା ବେଳେ ସମସ୍ତ ସ୍ଥାନକୁ ପ୍ରଚାରରେ ୨/୩ ଥର ଯାଇଥାଏ କିନ୍ତୁ ଆଜି କାହିଁକି ଗୋଟିଏ ମାସ ହେଲା ମୁଁ ନୂଆପଡାରେ ରହି କଂଗ୍ରେସର ସଂଗଠନ ଏବଂ ପ୍ରଚାର କାର୍ଯ୍ୟ କରୁଛି ? କାରଣ ନୂଆପଡା ଆଜି ସମ୍ପୂର୍ଣ ଅବହେଳିତ ହୋଇ ପଡ଼ିରହିଛି । କୌଣସି ସରକାର ନୂଆପଡାକୁ ତାହାର ଅଧିକାର ଦେଉ ନାହାନ୍ତି । ମୋର ଲକ୍ଷ ନୂଆପଡାବାସୀଙ୍କୁ ସାମାଜିକ ନ୍ୟାୟ ପ୍ରଦାନ । ଶ୍ରମିକ, କୃଷକ, ନାରୀ, ବେକାରୀ ଏବଂ ପଛୁଆ ବର୍ଗର ଜାତିଙ୍କ ନ୍ୟାୟ ସକାଶେ କଂଗ୍ରେସର ଓ ମୋର ଯୁଦ୍ଧ । ନୂଆପଡା ଉପନିର୍ବାଚନ ସତ୍ୟ ଏବଂ ଅସତ୍ୟ ମଧ୍ୟରେ ଲଢେଇ । ସାରା ଓଡ଼ିଶାରେ ବିପ୍ଳବ ହେବ, କୃଷକ ଶ୍ରମିକ ଛାତ୍ର ଦଳିତ ଆଦିବାସୀ ସମସ୍ତେ ଏକଜୁଟ ହେବେ । ଆମ ଏହି ବିପ୍ଳବର ପଦଯାତ୍ରା ଆନ୍ଧ୍ର ଓଡିଶା ସୀମାନ୍ତରୁ ଆରମ୍ଭ ହୋଇ ସାରା ରାଜ୍ୟରେ ଘୋଟିବ । ନୂଆପଡା ଉପନିର୍ବାଚନ ପାଇଁ ଆମ ପଦଯାତ୍ରା ବନ୍ଦ ଅଛି । ନିର୍ବାଚନ ସରିଲେ ଓଡିଶାବାସୀଙ୍କୁ ଜାଗ୍ରତ କରି ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ମୋଟ ୬୦୦୦ କିମିର ଯାତ୍ରା କରିବି । ମୋର ଦେହରେ ଶକ୍ତି ଥିବା ପର୍ଯ୍ୟନ୍ତ ଲଢେଇ କରିବି । କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ସତ୍ୟ, ବଳିଦାନ ଓ ସଂଗ୍ରାମର ଏକ ଉଦାହରଣ । ଆମ ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହେବା ସତ୍ୱେ ମଧ୍ୟ ଆଦିବାସୀଙ୍କ ଜଙ୍ଗଲ ଜମିରେ ଥିବା ୩୪ ଗୋଟି ଖଣିକୁ ଶିଳପତିଙ୍କ ହାତରେ ଟେକି ଦେଇଛନ୍ତି । ଆମ ପ୍ରାର୍ଥୀ ଘାସିରାମ ବିଧାୟକ ହେଲେ ସରକାର ଘୋଷଣା କରିଥିବା ୧୧୦୦ କୋଟି ଟଙ୍କାର ପ୍ୟାକେଜ ଛାଡିବ ନାହିଁ, ସରକାରଙ୍କଠାରୁ ଆଦାୟ କରିବ । ତେଣୁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀଙ୍କୁ ବିଧାୟକ ଭାବରେ ଚୟନକରି ନୂଆପଡାରେ ସାମାଜିକ ନ୍ୟାୟର ମୂଳଦୁଆ ପକାନ୍ତୁ ଓ ପଛୁଆ ବର୍ଗର ବିକାଶ କରନ୍ତୁ ବୋଲି ପିସିସି ସଭାପତି ଶ୍ରୀ ଦାସ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ସଭାରେ ଉପସ୍ଥିତ ଥିବା ଅନ୍ୟତମ ବକ୍ତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ଘାସିରାମ ମାଝୀ ବିଜୟଲାଭ କଲେ କଳାହାଣ୍ଡି ଓଡ଼ିଶାର ନେତୃତ୍ୱ ନେବ । ଏହି ଉପନିର୍ବାଚନ ଐତିହାସିକ ହେବାକୁ ଯାଉଛି କାରଣ ନିର୍ବାଚନ ପରେ ବିଜେଡି ଦଳର ବିଲୟ ହେବାକୁ ଯାଉଛି ଏବଂ ବିଜେଡି ଦଳର ନେତା କଂଗ୍ରେସରେ ଭକ୍ତ ଦାସଙ୍କ ପାଖରେ ଅଧିଆ ପଡିବେ । ତେଣୁ ନୂଆପଡାବାସୀଙ୍କୁ ଅନୁରୋଧ ଘାସିରାମ ମାଝୀଙ୍କୁ ଭୋଟ ଦେଇ ଓଡ଼ିଶାର ନେତୃତ୍ୱ ନିଅନ୍ତୁ । ଉକ୍ତ ଦୁଇଟି କାର୍ଯ୍ୟକ୍ରମରେ ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସମେତ ପିସିସି ଉଭସଭାପତି ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ସିଏସ ରାଜନ ଏକ୍କା, ସୁରେଶ କୁମାର ରାଉତରାୟ, ପବିତ୍ର ସାଉଂଟା, ସତ୍ୟଜିତ ଗମାଙ୍ଗୋ, ଦିଲ୍ଲୀପ ଦୁରିଆ, ସେମ ହେମ୍ବ୍ରମ, ମୂରଲୀ ନାୟକ, ଭାରତ ଭୂଷଣ ବେମାଲ, ରବି ମଙ୍ଗରାଜ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking