25.1 C
Bhubaneswar
Saturday, February 7, 2026
Homeଓଡିଶାନାବାଳକଙ୍କୁ ଛୁରା ମାଡ଼

ନାବାଳକଙ୍କୁ ଛୁରା ମାଡ଼

ବାରିପଦା: ଷ୍ଟେସନ ନିକଟରେ ଜଣେ ନାବାଳକଙ୍କୁ ଛୁରା ମାଡ଼  । ମେଳା ବୁଲିବାକୁ ଆସିଥିବା ନାବାଳକଙ୍କୁ ଛୁରା ମାଡ଼। ଗୁରୁତର ଆହତ ନାବାଳକଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହିପରି ଅଭାବନୀୟ ଘଟଣା ଘଟିଛି ବାରିପଦା ସହରର ଭଂଜପୁର ଷ୍ଟେସନ ନିକଟରେ।ଗତକାଲି ବିଳମ୍ବିତ ରାତିରେ ଭଂଜପୁରରେ ଅନୁଷ୍ଠିତ ହେଉଥିବା ଜଗଦ୍ଧାତ୍ରୀ ମେଳା ବୁଲିବାକୁ ବୁଢାମରା ଗାଁର କିଛି ଯୁବକ ଓ ନାବାଳକ ଆସିଥିବା ବେଳେ ତାଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଭଂଜପୁର ଷ୍ଟେସନ ବାହାରେ ଅନ୍ଧାରିଆ ସ୍ଥାନରେ ନାବାଳକ ଜଣକ ପରିସ୍ରା ଯିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିଲେ। ଏପରିକି ଦୁର୍ବୃତ୍ତମାନେ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ ।ପରେଖବର ପାଇ ଜିଆରପି ପୁଲିସ ରକ୍ତାକ୍ତ ନାବାଳକଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରାଇଥିଲେ।ଏହି ଘଟଣା ରେ ବାରିପଦା ଜିଆରପି ଥାନାରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଜିଆରପି ପୁଲିସ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking