25.1 C
Bhubaneswar
Saturday, December 6, 2025
Homeଓଡିଶାକେନାଲରେ ଖସିଲା ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌

କେନାଲରେ ଖସିଲା ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌

ଭୁବନେଶ୍ୱର: କେନାଲରେ ଖସିଲା ଓଡିଆ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ । ଶନିବାର ଭୋର ସମୟରେ ଅଭିନେତା ଅଶ୍ରୁମୋଚନଙ୍କ କାର୍ ନିୟନ୍ତ୍ରଣ ହରାଇ କେନାଲରେ ଖସି ପଡିଥିବା ନେଇ ସୂଚନା ମିଳିଛି । ସୌଭାଗ୍ୟବଶତଃ, ସେ ଦୁର୍ଘାଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଭିନେତା ଅଶ୍ରୁମୋଚନ । ରିପୋର୍ଟ ଅନୁସାରେ, ଅଭିନେତା ତାଙ୍କ କାର୍ ସାମ୍ନାରେ ହଠାତ୍ ଏକ ବୁଲା କୁକୁର ଆସିଯିବାରୁ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । କାର୍‌ଟି ରାସ୍ତାରୁ ଓଲଟି ୫ ଫୁଟ ଉଚ୍ଚତାରୁ ତଳକୁ ଏକ କେନାଲକୁ ଖସି ପଡିଥିଲା । ଘଟଣାଟି କଳାଝରୀ ଷ୍ଟ୍ରେଚ୍ ନିକଟରେ ସାଇପାନ୍ ଅଞ୍ଚଳ ନିକଟରେ ଘଟିଛି । ସ୍ଥାନୀୟ ଲୋକମାନେ ତାଙ୍କୁ ଗାଡିରୁ ବାହାରକୁ ଆଣିବାରେ ସାହାଯ୍ୟ କରିଥିଲେ । ଯାହା ଫଳରେ ଅଭିନେତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା । ସେ ବର୍ତ୍ତମାନ ସୁରରକ୍ଷିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking