31.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ଆଜି ଧନ କେନ୍ଦ୍ର ସପ୍ତମରେ ରହିବା ହେତୁ ଅର୍ଥ ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନରେ ସହାୟକ ହୋଇପାରନ୍ତି । କିନ୍ତୁ କେତୁ ନକ୍ଷେତ୍ର ପ୍ରତ୍ୟକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ ।
ବୃଷ : କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ ଧନର ରୋଜଗାର କରିପାରନ୍ତି । ବାନ୍ଧବୀ ଅନୁରିକ୍ତ ପ୍ରକାଶ କରିବେ । ଯାହାକି ଆପଣଙ୍କ ସକାଶେ ସମୟ କଷ୍ଟର କାରଣ ହୋଇପାରେ । ବ୍ୟବସାୟରେ ସଫଳତା ଯୋଗୁ ମନ ଖୁସି ରହିବ । ପରିବାରରେ ଭୂଲ ବୁଝାମଣା ହୋଇପାରେ ।
ମିଥୁନ : ଆଜି କଛି ନା କିଛି ବ୍ୟତିକ୍ରମ ମଧ୍ୟ ଦେଇ ଆଶା ଅବଶ୍ୟ ପୂରଣ ହୋଇପାରେ । ଆଦ୍ର ନକ୍ଷତ୍ର ହେତୁ କର୍ମକ୍ଷେତ୍ରରେ ନିଜ ଉପରେ କରିଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ ।
କର୍କଟ : ପ୍ରତ୍ୟକ ସଂଘର୍ଷ ମଧ୍ୟରେ ସାଧିତ ହେବ । ଅବଶ୍ୟ କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ରାସ୍ତା ଖୋଜି ବାହାର କରିବାରେ ସମ୍ପନ୍ନ ହେବେ । ପରିବାରେ ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଦ୍ଧାର କରିବାକୁ ପଡ଼ିପାରେ ।
ସିଂହ : ମଘା ନକ୍ଷେତ୍ର କେତେକ କ୍ଷେତ୍ରରେ ଅସୁବିଧା ନହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ରାଜନୈତିକ ସ୍ତରରେ ହଠାତ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ବହୁ ସାବଧାନତା ଅବଲମ୍ବନ କଲେ ଭଲ ହେବ ।
କନ୍ୟା : ପ୍ରଶାସନିକ କ୍ଷେତ୍ରରେ ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଯାତ୍ରା କଳାରେ ନିଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ମହିଳାମାନେ ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ରକ୍ଷା କରିବା ପାଇଁ ଚେଷ୍ଟିତ ହେବେ ।
ତୁଳା : କେତେକାଂଶରେ ମାନସିକ ସ୍ଥିତି ଭଲ ରହିବ । ଆଜିର ଗ୍ରହ ସମ୍ପର୍କୀୟମାନଙ୍କ ସାହାନୁଭୂତି ଲାଭ କରିବେ । ବାଣିଜ୍ୟ ଓ ବ୍ୟବସାୟ, କଳକାରଖାନା ଜଳ, ତୈଳ, ତମ୍ଭା କିମ୍ବା ବିଦ୍ୟୁତ୍ ବ୍ୟବସାୟରୁ ଲାଭବାନ ହେବ । ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତିତ ରହିବେ ।
ବିଛା : ଆଜି ଦିନଟି ବ୍ୟବସାୟ ଓ ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ । ବିବାଦୀୟ କଥାରେ ମୁଣ୍ଡ ନପୁରାଇବା ଭଲ ହେବ । ଫେରିବା ବାଟରେ ବନ୍ଧୁ ଠାରୁ ଖର୍ଚ୍ଚ ସାହାଯ୍ୟ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି ।
ଧନୁ : ଅଯଥା ଗୁଡ଼ାଏ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବା ଠିକ୍ ହେବ ନାହିଁ । ବନ୍ଧୁଙ୍କ ନିକଟରୁ ସାହାଯ୍ୟ ଯେତିକି ପାଇଛନ୍ତି ତାହାକୁ ଆଦର ସହିତ ଗ୍ରହଣ କରନ୍ତୁ । ମହିଳାମାନେ ସବୁ କଥାରେ ମୁଣ୍ଡ ପୁରାଇବା ଭୂଲ ହେବ ।
ମକର : କୌଣସି କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ଭିନ୍ନ ରୂପ ନେଇପାରେ । ପରିବାରରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ। ଏବଂ ସାଧରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି । ମହିଳାମାନେ ଗୃହରେ କୌଣସି କାମ ହାସଲ ସକାଶେ ନଜିର ରହିବେ ।
କୁମ୍ଭ : ସୁଯୋଗର ଅଭାବ ରହିବ ନାହିଁ । ଜଗି ରଖି କାର୍ଯ୍ୟ କଲେ ଅସୁବିଧାରେ ପଡ଼ିବେ ନାହିଁ । ବୀବାଦୀୟ ଘଟଣାରେ ହଠାତ କୌଣସି ପଦକ୍ଷେପ ନେଇ ଝାମଲା ଅଧିକ ବଢ଼ିପାରେ । ଜମି ବିବାଦ କିମ୍ବା କଚେରୀ ମାମଲାରେ ରାୟ ପାଇପାରନ୍ତି ।
ମୀନ : ବ୍ୟବସାୟରେ ସଫଳତା ହାସଲ କରିପାରନ୍ତି । କେତେକ କ୍ଷେତ୍ରରେ ଭାବ ପ୍ରବଣ ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ହଠାତ ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ମହିଳାମାନେ ନୂତନ ଦ୍ରବ୍ୟ କିଣିପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking