15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଇଣ୍ଡୋନେସିଆ ସ୍କୁଲ୍‌ରେ ବିସ୍ଫୋରଣ, ୫୪ ଆହତ

ଇଣ୍ଡୋନେସିଆ ସ୍କୁଲ୍‌ରେ ବିସ୍ଫୋରଣ, ୫୪ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା ସ୍ଥିତ ଏକ ସ୍କୁଲ ଭିତରେ ଶୁକ୍ରବାର ଏକ ଭୟାବହ ବିସ୍ଫୋରଣ ଘଟିଛି। ବାସ୍ତବରେ ଏହା ଏକ ମସ୍‌ଜିଦ୍ କ୍ୟାମ୍ପସ ମଧ୍ୟରେ ଥିବା ସ୍କୁଲ୍‌। ତେବେ ଶୁକ୍ରବାର ଯେତେବେଳେ ଉଭୟ ମସ୍‌ଜିଦ୍ ଏବଂ ସ୍କୁଲ୍‌ରେ ନମାଜ କରାଯାଉଥିଲା ଠିକ୍ ସେହିସମୟରେ ଏହି ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅନ୍ୟପକ୍ଷେ ଏହି ଘଟଣାରେ କେହି ପ୍ରାଣ ହରାଇନଥିଲେ ମଧ୍ୟ ଆହତଙ୍କ ସଂଖ୍ୟା ୫୪ ବୋଲି ସୂଚନା ମିଳିଛି। ପୁଲିସ କହିଛି ଯେ ଆହତମାନଙ୍କ ମଧ୍ୟରୁ କିଛି ଗୁରୁତର ଅବସ୍ଥାରେ ଅଛନ୍ତି। କିଛି ଲୋକ ୪୦%ରୁ ଅଧିକ ପୋଡି ହୋଇଯାଇଛନ୍ତି, ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ପୁଲିସ୍ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସି ମସଜିଦ୍ ଓ ସ୍କୁଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି। ଘେରି ରଖିଛି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରାଥମିକ ତଦନ୍ତରୁ ବିସ୍ଫୋରଣ ସ୍ଥଳରୁ ବୋମା ପ୍ରସ୍ତୁତି ସାମଗ୍ରୀ ଓ ବଡ଼ି ଭେଷ୍ଟ ( ଆତ୍ମଘାତୀ ଆକ୍ରମଣ ପାଇଁ ବ୍ୟବହୃତ ବିସ୍ଫୋରକ ବେଲଟ୍‌) ମିଳିଥିବାରୁ ଏହା ଏକ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସନ୍ଦେହ କରାଯାଉଛି। ତେବେ ପୁଲିସ ଏପର୍ଯ୍ୟନ୍ତ ଆତଙ୍କବାଦୀ ଘଟଣା ବୋଲି ନିଶ୍ଚିତ କରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking