16.1 C
Bhubaneswar
Tuesday, December 9, 2025
Homeଓଡିଶା୪ ରୁ ୫ ଦିନ ମଧ୍ୟରେ ଥରିବ ଓଡ଼ିଶା

୪ ରୁ ୫ ଦିନ ମଧ୍ୟରେ ଥରିବ ଓଡ଼ିଶା

ଭୁବନେଶ୍ୱର: କମିବ ପାରଦ। ବଢିବ ଶୀତ। ଓଡିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁପ୍ରବାହ ହେଉଛି । ଫଳରେ ଶୀତର ପ୍ରକୋପ ବଢିବ। ଗତ ୨୪ଘଣ୍ଟାରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି । ୧୪ ତାରିଖ ପରେ ପାରଦ ୧୦ ଡିଗ୍ରୀ ତଳକୁ ଖସିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । ନଭେମ୍ବର ପ୍ରଥମ ସପ୍ତାହରେ ଅନୁଭୂତ ହେଲାଣି ଶୀତ । ଯଦିଓ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ରହୁଛି, ସେଥିପାଇଁ ତାପମାତ୍ରାରେ ବିଶେଷ ହ୍ରାସ ପରିଲକ୍ଷିତ ହୋଇନାହିଁ । କିନ୍ତୁ ପଶ୍ଚିମ, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ପାରଦ ଯଥେଷ୍ଟ କମ୍ ରହୁଛି । ଆଗାମୀ ୪ରୁ ୫ଦିନ ମଧ୍ୟରେ ପାରଦ ଆହୁରି ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ରାଜ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେବ । ବର୍ତ୍ତମାନ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁପ୍ରବାହ ହେଉଛି। ବାୟୁମଣ୍ଡଳରୁ ଜଳୀୟବାଷ୍ପ ବି କମିଛି। ଫଳରେ ତାପମାତ୍ରା କମିଛି। ତେବେ ୧୪ ତାରିଖ ପରଠାରୁ ଶୀତ ବଢ଼ିବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା କମିବ, ଶୀତର ପ୍ରକୋପ ଅଧିକ ରହିବ ବୋଲି କହିଛି ପାଣିପାଗ ବିଜ୍ଞାନୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୪ ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ଫୁଲବାଣୀର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking