28.1 C
Bhubaneswar
Wednesday, February 4, 2026
Homeଓଡିଶାବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

କଟକ: ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ । ଲୋକଙ୍କୁ ସୁଲଭ ମୂଲ୍ୟରେ ଏହି ବସ୍ତ୍ର ଯୋଗାଇ ଦେବା ଲକ୍ଷ୍ୟରେ ବାଲିଯାତ୍ରାରେ ବୟନିକା ଦ୍ୱାରା ସ୍ୱତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି । ଐତିହାସିକ କଟକ ବାଲିଯାତ୍ରାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଗତ ବୁଧବାର ଦିନ ଉଦଘାଟନ କରିବା ଅବସରରେ ସେ ଏହା କହିଛନ୍ତି । ଏହି ମେଳା ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲୁ ରହିବ । ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା, ଉତ୍କଳିକା ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ପ୍ରତ୍ୟେକ ଷ୍ଟଲରେ ୧୦+୨୦% ରିହାତି ବ୍ୟବସ୍ଥା ରହିଛି । ଏହା ସହ ଓଡ଼ିଶାର ୧୫ ଟି ଜୋନରୁ ୬୦ ଗୋଟି ସମିତି ଅଂଶଗ୍ରହଣ କରି ଷ୍ଟଲ ଖୋଲିଛନ୍ତି । ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଅଧୀନରେ ଥିବା ବୁଣାକାର ସେବା କେନ୍ଦ୍ର ପକ୍ଷରୁ ଥିମ୍ ପାଭିଲିଅନ ପ୍ରସ୍ତୁତ କରାଯାଇଛି । ଯୁବପିଢ଼ିଙ୍କୁ ଏହି ସମୃଦ୍ଧ ହସ୍ତତନ୍ତ ବିଷୟରେ ଅବଗତ କରାଇବା ପାଇଁ ଥିମ ପାଭିଲିଅନରେ ଲାଇଭ ଡେମନଷ୍ଟ୍ରସନ ବ୍ୟବସ୍ଥା କରାଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବୟନିକା, ରେଶମ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ହସ୍ତଶିଳ୍ପର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଦେବଜିତ ନନ୍ଦୀ, ହସ୍ତଶିଳ୍ପ ଉପନିର୍ଦ୍ଦେଶକ ମାନଗୋବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking