32.1 C
Bhubaneswar
Saturday, May 2, 2026
Homeଓଡିଶାଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ

ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡ଼ା ରାମକ୍ରିଷ୍ଣ ମିଶନ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେବା ଫଳରେ ୫ ବର୍ଷ ନାବାଳକର ମୃତ୍ୟୁ ଘଟିଥିବା ବେଳେ ବାପା ମା ଗୁରତର ହୋଇଛନ୍ତି। ସୂଚନା ଅନୁଯାୟୀ, ମୁନିଗୁଡ଼ା ଥାନା ଅନ୍ତର୍ଗତ ଡାଲିଆକୁଜି ଗ୍ରାମର ଯଦୁ ଶଗଡ଼ିଆ, ସାବିତ୍ରୀ ଶଗଡ଼ିଆ ଓ ତାଙ୍କର ୫ ବର୍ଷର ନାବାଳକ ପୁତ୍ର ତାପସ ଶଗଡ଼ିଆ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଘଟଣା ସ୍ଥଳରେ ୫ ବର୍ଷର ନାବାଳକ ପୁତ୍ର ତାପସଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣାରେ ଗୁରୁତର ବାପା ମାଙ୍କୁ ଉଦ୍ଧାର କରି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି। ତେବେ ଘଟଣା ସ୍ଥଳରେ ମୁନିଗୁଡ଼ା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking