16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶବସ୍ – ଜିପ୍ ଧକ୍କା: ୩ ମୃତ

ବସ୍ – ଜିପ୍ ଧକ୍କା: ୩ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଚିତ୍ରକୁଟ ଜିଲ୍ଲାର ଝାନ୍ସୀ-ମିର୍ଜାପୁର ଜାତୀୟ ରାଜପଥରେ ଏକ ରୋଡୱେଜ୍ ବସ୍ ଏବଂ ଏକ ଜିପ୍ ମଧ୍ୟରେ ମହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଚିତ୍ରକୁଟ ପୋଲିସ ଅଧୀକ୍ଷକ (ଏସପି) ଅରୁଣ କୁମାର ସିଂହ ସୋମବାର କହିଛନ୍ତି ଯେ ରବିବାର ବିଳମ୍ବିତ ରାତିରେ ଝାନ୍ସୀ-ମିର୍ଜାପୁର ଜାତୀୟ ରାଜପଥର ଖୋହ ଗ୍ରାମ ନିକଟରେ ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (ରୋଡୱେଜ୍)ର ଏକ ବସ୍ ଏବଂ ଏକ ଜିପ୍ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ଜିପ୍ ଆରୋହୀ ମୋହିତ (୧୪), ତାଙ୍କ ଭାଇ ସୁଭାଷ (୬) ଏବଂ ସେମାନଙ୍କ ସମ୍ପର୍କୀୟ ଭାଇ ରୋହିତ (୨୪)ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି

ପୋଲିସ ଅଧିକ୍ଷକ କହିଛନ୍ତି ଯେ ଦୁର୍ଘଟଣାରେ ଶୋଭା ଦେବୀ (୩୫), ଅଭିଳାଷ (୧୫), ସନ୍ଧ୍ୟା (୮), ଓମକାର (୧୦), ଏବଂ ରାଜା ଭୈୟା (୩୬) ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ପ୍ରୟାଗରାଜର ସ୍ୱରୂପ ରାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଂହ କହିଛନ୍ତି ଯେ କାରଭି ଅଞ୍ଚଳର ସଦର କୋତୱାଲିର ପୂର୍ବା, ଗଢ଼ିୱା ମାଜରା କ୍ୟାମ୍ପର ବାସିନ୍ଦା ରାଜା ଭୈୟା ରବିବାର ଅପରାହ୍ନରେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ବହିଲପୁରୱା ଥାନା ଅଞ୍ଚଳର ଆଇଞ୍ଚୱାରା ଗାଁରେ ତାଙ୍କ ଶ୍ୱଶୁର ଘରର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ, ଖୋହ ଗ୍ରାମ ନିକଟରେ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଏକ ବସ୍ ତାଙ୍କ ଜିପ୍‌କୁ ଧକ୍କା ଦେଇଥିଲା।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ଜଡିତ ଉଭୟ ଗାଡିକୁ ଜବତ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ତିନୋଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking