26.7 C
Bhubaneswar
Thursday, April 9, 2026
Homeଓଡିଶାଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଝାରସୁଗୁଡା: ଝାରସୁଗୁଡାରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛି ଏକ ଯୁବକ। ମୃତକ ଜଣଙ୍କୁ ସମ୍ବଲପୁର ସହରର ଗୋଲ ବଜାରର ପ୍ରେମ କୁମାର ହିନ୍ଦୁଜ ବୋଲି ଚିହ୍ନଟ କରାଯାଇଛି। ସୂଚନା ପାଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରେମ୍‌ଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ପ୍ରେମଙ୍କ ବିବାହକୁ ୪ ବର୍ଷ ହୋଇଥିବା ବେଳେ ତାଙ୍କର ପାରିବାରିକ କଳହ ଲାଗି ରହିଥିଲା। ଗତକାଲି ସନ୍ଧ୍ୟା ୭ଟାରେ ପ୍ରେମ ତାଙ୍କ ଘରକୁ ଆସିଥିବା ବେଳେ ଏକ ସୁଇସାଇଡ ନୋଟ ଲେଖି ସନ୍ଧ୍ୟା ସାଢେ ୮ଟା ବେଳେ ଘରୁ ବାହାରି ଆସିଥିଲେ। ପରିବାର ଲୋକେ ଖୋଜାଖୋଜି କରି ତାଙ୍କର ସନ୍ଧାନ ନପାଇବା ପରେ ଝାରସୁଗୁଡା ସଦର ଥାନା ଓ ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ସହରର ଭୁଲିଆଟିକ୍ରା ରାସ୍ତାରେ ଆତ୍ମହତ୍ୟା କରିଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକ ପ୍ରେମ ବୋଲି ଜଣାପଡିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking