22.1 C
Bhubaneswar
Friday, December 5, 2025
Homeଓଡିଶାବିଜେପି ରାଜ୍ୟ କାର୍ଯ୍ୟାଳୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ...

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଭୁବନେଶ୍ୱର: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ଓ ଆମ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ କରିଥିଲେ ସର୍ଦ୍ଦାର ପଟେଲ ଓ ଆଜି ଆମ ଭାରତୀୟଙ୍କ ଭାଇଚାରା ସୁଦୃଢ ହୋଇଛି ଓ ଏକ ସଶକ୍ତ ଭାରତ ଗଢିବା ପାଇଁ ଆମ ଭିତରେ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନା ନିହାତି ଆବଶ୍ୟକ ରହିଛି । “ଏକ ଭାରତ, ଶ୍ରେଷ୍ଠ ଭାରତ, ଆତ୍ମନିର୍ଭରଶୀଳ ଭାରତ’ ଆମର ସଂକଳ୍ପ ବୋଲି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର କହିଥିଲେ । ଆଜି ହେଉଛି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଓ ସ୍ୱାଧୀନତା ପରବର୍ତୀ ଗଡଜାତ ରାଜ୍ୟଗୁଡ଼ିକୁ ଏକାଠି କରି ଭାରତବର୍ଷକୁ ବିଶାଳ ରାଷ୍ଟ୍ର ଭାବେ ଗଠନରେ ତାଙ୍କର ମୁଖ୍ୟ ଭୂମିକା ଥିଲା । ଏହି ମହାନ ବରପୁତ୍ରଙ୍କୁ ସମ୍ମାନ ଜଣାଇ ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରନ୍ ଫର୍ ୟୂନିଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ‘ଏକତା ଦୌଡ’ ଅନୁଷ୍ଠିତ ହେଉଛି । ଆଜି ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ଉପସଭାପତି ଡ଼ ଜତିନ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଡ଼ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସର୍ଦ୍ଦାର ପଟେଲଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଆଜି ଠାରୁ ଆସନ୍ତା ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ ରାଜ୍ୟର 63 ଟି ସ୍ଥାନ ରେ ଦଳ ପକ୍ଷରୁ ଏକତା ପଦଯାତ୍ରା ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମର ଆବାହକ ଡ଼ ଜତିନ୍ ମହାନ୍ତି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking