37.4 C
Bhubaneswar
Saturday, June 13, 2026
Homeଓଡିଶାଶିଳ୍ପ-ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ସହଭାଗିତା ନିମନ୍ତେ ସୋଆ ଏବଂ ଏସ୍‌ଏମ୍‌ଏସ୍ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଶିଳ୍ପ-ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ସହଭାଗିତା ନିମନ୍ତେ ସୋଆ ଏବଂ ଏସ୍‌ଏମ୍‌ଏସ୍ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବା ନିମନ୍ତେ ଏସ୍‌ଏମ୍‌ଏସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ଏକ ସହାୟକ କମ୍ପାନୀ ଏସ୍‌ଏମ୍‌ଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ୍ ବିଶ୍ୱବିଦ୍ୟାଳୟ (ସୋଆ) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି। ନିକଟରେ ହୋଇଥିବା ବୁଝାମଣା ଅନୁଯାୟୀ ଜ୍ଞାନର ଆଦାନ ପ୍ରଦାନ, ନବୀକରଣକୁ ପ୍ରୋତ୍ସାହନ, ଶିକ୍ଷା ଏବଂ ପ୍ଲାଂଟ ଇଞ୍ଜିନିୟରିଂ କ୍ଷେତ୍ରରେ ଥିବା ସମ୍ପର୍କକୁ ଦୃଢ଼ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ନିଜର ଉନ୍ନତ ବୈଷୟିକ କୌଶଳ ଓ ଧାତୁ ଶିଳ୍ପ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ ନିମନ୍ତେ ଏସ୍‌ଏମ୍‌ଏସ୍ ଗ୍ରୁପ୍ ବିଶ୍ୱ ସ୍ତରରେ ବେଶ ପ୍ରସିଦ୍ଧ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ଏମ୍‌ଏସ୍ ଇଣ୍ଡିଆ, ଭୁବନେଶ୍ୱର ଫ୍ୟାସିଲିଟିର ପ୍ଲାଂଟ ହେଡ୍ ଶ୍ରୀ ଗିରିଶ ଚନ୍ଦ୍ରପ୍ରକାଶ ମାନ୍ଧାନେଙ୍କ ମଧ୍ୟ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ଏସ୍‌ଏମ୍‌ଏସ୍ ଇଣ୍ଡିଆ ମାନବ ସମ୍ବଳ ପ୍ରତିନିଧି ଶ୍ରୀ ପ୍ରତ୍ୟାୟ ଅମ୍ରିତ ଏବଂ ଶ୍ରୀମତି ନିବେଦିତା ଦାସ ଉପସ୍ଥିତ ଥିବା ବେଳେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ସେଲ୍‌ର ଫ୍ୟାକଲ୍ଟି ଇନ୍‌ଚାର୍ଜ ଡକ୍ଟର ମହମ୍ମଦ ଅବ୍‌ଦୁଲ ରଜାକ ଏବଂ ପ୍ଲେସ୍‌ମେଂଟ ଅଫିସର ଶ୍ରୀମତି ରୋହିଣୀ ବାରିକ ଉପସ୍ଥିତ ଥିଲେ। ବୁଝାମଣା ଅନୁଯାୟୀ ଏସ୍‌ଏମ୍‌ଏସ୍ ଇଣ୍ଡିଆ ଏବଂ ସୋଆ ମିଳିତ ଭାବରେ ଛାତ୍ରଛାତ୍ରୀଙ୍କ ପାଇଁ ବଜାରର ଆବଶ୍ୟକତା ଅନୁଯାୟୀ ଶିଳ୍ପ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବେ। ଉଭୟେ ମିଳିତ ଭାବରେ କର୍ମଶାଳା, ସମ୍ମିଳନୀ ଏବଂ ବକ୍ତୃତାର ଆୟୋଜନ କରିବେ। ମୁଖ୍ୟ ଉଦ୍ଦେଶ୍ୟ ରହିବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଯୁକ୍ତିର ସୁଯୋଗ। ଏହି ଅବସରରେ ଶ୍ରୀ ମାନ୍ଧାନେ କହିଛନ୍ତି ଯେ ସୋଆ ଛାତ୍ରଛାତ୍ରୀଙ୍କୁ ବ୍ୟବହାରିକ ତାଲିମ ପ୍ରଦାନ କରାଯିବ। ପ୍ରଫେସର ନନ୍ଦ କହିଛନ୍ତି ଯେ ଏହି ବୁଝାମଣା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଯୁକ୍ତିର ସୁଯୋଗ ବୃଦ୍ଧି ପାଇବା ସହ ପାଠ୍ୟକ୍ରମରେ ମଧ୍ୟ ସହାୟକ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking