ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି । ଇସ୍ତାହାରରେ ବିହାରରେ ୧ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ଏନଡିଏ ପ୍ରତିଶ୍ରୁତି ଦେଇଛନ୍ତି । ସଡକ ନେଟୱାର୍କ ବିସ୍ତାର ପାଇଁ ୭ଟି ଏକ୍ସପ୍ରେସ ୱେ ନିର୍ମାଣ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପାର୍କ ସ୍ଥାପନ କରିବାର ଯୋଜନା ରହିଛି । ଦରଭଙ୍ଗା ଏବଂ ପୂର୍ଣ୍ଣିଆରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାର ଯୋଜନା ରହଛି । ବିହାରର ୪ଟି ସହରରେ ନୂତନ ମେଟ୍ରୋ ନିର୍ମାଣ କରିବାକୁ ଯୋଜନା ରହିଛି । ଗରିବ ପିଲାଙ୍କୁ କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।










