ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବି ବାତ୍ୟାର ପ୍ରଭାବରେ ସକାଳୁ ଅଳ୍ପ ବହୁତ ବର୍ଷା ଲାଗି ରହିଥିଲା । ଏହାପରେ ଅଚାନକ ଅପରାହ୍ଣରେ ରାଜଧାନୀକୁ ଢାଙ୍କି ଦେଇ କଳା ବାଦଲ । କଳା ମେଖ ବାଦଲରେ ଅନ୍ଧାର ହୋଇଛି ପୂରା ଭୁବନେଶ୍ୱର । ବାତ୍ୟା ମୋନ୍ଥା ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଥିବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ଅକ୍ଟୋବର ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି।










