27.1 C
Bhubaneswar
Monday, March 30, 2026
Homeଓଡିଶାପରମ୍ପରା, ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଛଟ୍ ପୂଜା: ମୁଖ୍ୟମନ୍ତ୍ରୀ

ପରମ୍ପରା, ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଛଟ୍ ପୂଜା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଟ୍ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ ଯେ ଓଡ଼ିଶା ସରକାର “ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତା”ର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାରେ ଛଟ୍ ପୂଜା ଏହି ସାଂସ୍କୃତିକ ଏକତାର ଉଦାହରଣ ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଧର୍ମପତ୍ନୀ ଡଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଯୋଗ ଦେଇଥିଲେ ଏବଂ ସମସ୍ତ ପୂଜାର ବିଧି ପାଳନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ରାଜ୍ୟବାସୀଙ୍କ ମଙ୍ଗଳା କାମନା କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଛଠ ପର୍ବ ଆମକୁ ଶିଖାଏ ଯେ, ଜୀବନର ସତ୍ୟ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତି । ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଓ ପରିବେଶ ପ୍ରତି ଆପଣଙ୍କ ଋଣସ୍ୱୀକାର ବ୍ୟକ୍ତ କରୁଛୁ । ଏଣୁ ଆମେ ପ୍ରକୃତି ସହିତ ପ୍ରେରଣା ପାଉ ।ଛଠ ପର୍ବର ସବୁଠୁ ବଡ଼ ବିଶେଷତା ହେଉଛି ଯେ, ଏହି ପର୍ବରେ କୌଣସି ଦେଖାଣିଆ କିମ୍ବା ଆଡମ୍ବର ନଥାଏ କେବଳ ନିଷ୍ଠା ଓ ଆତ୍ମିକ ଶ୍ରଦ୍ଧା ରହେ । ଏହି ପର୍ବ ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଏବଂ ଏହି ପର୍ବର ଆତ୍ମା । କହିବାକୁ ଗଲେ, ଛଠ୍ ପୂଜାର ପରମ୍ପରା ଉତ୍ତର ଭାରତୀୟ ରାଜ୍ୟ-ବିହାର, ଝାରଖଣ୍ଡ, ଉତ୍ତର ପ୍ରଦେଶ ରାଜ୍ୟ ମାନଙ୍କରେ ପାଳନ କରାଯାଏ । ମୁଁ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ଯେ ଏବେ ଓଡ଼ିଶାରେ ମଧ୍ୟ ଛଠ୍ ପୂଜାର ଉତ୍ସବ ବିଶେଷ ଉଲ୍ଲାସ ଓ ଭକ୍ତିଭାବର ସହିତ ପାଳନ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଓଡ଼ିଶା ବିକାଶର ନୂତନ ମାର୍ଗରେ ଆଗକୁ ବଢ଼ୁ, ଆମ ଚାଷୀ, ଶ୍ରମିକ, ଯୁବ ଓ ମାତୃଶକ୍ତି ସଶକ୍ତ ହୁଅନ୍ତୁ, ଏବଂ ପ୍ରତ୍ୟେକ ଘରେ ଖୁସିର ଆଲୋକ ବିକିରଣ ହେଉ ବୋଲି ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱାସ ଫାଉଣ୍ଡେସନର ସଭାପତି ଶ୍ରୀ ରାଜକୁମାର, ଉପ ସଭାପତି, ଶ୍ରୀ ଅଜୟ ବାହାଦୂର ସିଂହ,ସାଧାରଣ ସଚିବ, ଶ୍ରୀ ଅଶୋକ ଭଗତ୍, ବିହାର ଉନ୍ନୟନ ପରିଷଦ ର ସଂଯୋଜକ, ଶ୍ରୀ ଆନନ୍ଦ ମୋହନ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking