30.1 C
Bhubaneswar
Sunday, February 8, 2026
Homeଓଡିଶାରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି

ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ – ୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି। ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏଥିରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।

ଏହି ଅଭିଯାନ ଓଡ଼ିଶାର ସମସ୍ତ ୩୪ଟି ପୋଲିସ୍ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି, ଯାହା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟକୁ ସାମିଲ କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟର ୨୭ଟି ଜିଲ୍ଲାରେ ମୋଟ ୨୦୨ଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଲି, ସେମିନାର, କର୍ମଶାଳା ଏବଂ ସାଧାରଣ ସଭା ସମେତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ୬୩,୬୯୨ରୁ ଅଧିକ ନାଗରିକ ଅଂଶଗ୍ରହଣ କରିଛନ୍ତି।ବିଭିନ୍ନ ଜିଲ୍ଲାମାନଙ୍କରେ ୩୭ଟି ଉଦ୍‌ଘାଟନୀ ସମାରୋହ ଏବଂ ୧୧ଟି ସାଇବର ରଥ ସଚେତନତା ଡ୍ରାଇଭ୍ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସଚେତନତା ଅଧିବେଶନ କରାଯାଇଛି।ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ପାମ୍ଫଲେଟ୍ ବଣ୍ଟନ କରାଯାଇଛି ଏବଂ LED ପ୍ୟାନେଲ୍ ମାଧ୍ୟମରେ ସାଇବର ସୁରକ୍ଷା ଭିଡିଓ ପ୍ରଦର୍ଶିତ ହେଉଛି।

ରାୟଗଡା ଜିଲ୍ଲା ସାଇବର ସଚେତନତା ପ୍ରସାର ପାଇଁ ଏକ ‘ସାଇବର ମ୍ୟୁଜିୟମ’ ର ବ୍ୟବସ୍ଥା କରିଛି।ଅନୁଗୁଳ ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅବସରରେ ଏକ “ହଜିଯାଇଥିବା ମୋବାଇଲ୍ ଫୋନ୍ ପ୍ରତ୍ୟର୍ପଣ ମେଳା” ଆୟୋଜନ କରି ୧୦୧ଟି ହଜିଯାଇଥିବା ମୋବାଇଲ୍ ଫୋନକୁ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରିଛି।

ସର୍ବାଧିକ ଅଂଶଗ୍ରହଣକାରୀ ଜିଲ୍ଲା ମାନଙ୍କ ମଧ୍ୟରେ ବାଲେଶ୍ୱରରେ ୮,୨୦୦ ଅଂଶଗ୍ରହଣକାରୀ, ସୁନ୍ଦରଗଡ଼ରେ ୬,୬୧୬ ଜଣ, କଳାହାଣ୍ଡିରେ ୬,୨୩୫ ଜଣ, ବରଗଡ଼ରେ ୬,୧୫୦ ଜଣ ଏବଂ କନ୍ଧମାଳରେ ୬,୦୮୦ ଜଣ ନାଗରିକ ଅଂଶଗ୍ରହଣ କରିଥିଲେ।ନାଗରିକମାନଙ୍କ ଠାରୁ ମିଳୁଥିବା ମତାମତ ଅତ୍ୟନ୍ତ ଉତ୍ସାହଜନକ, ଯାହା ସମଗ୍ର ଓଡ଼ିଶାରେ ସାଇବର ସୁରକ୍ଷା ପ୍ରତି ବଢ଼ୁଥିବା ସଚେତନତା ଏବଂ ଆଗ୍ରହକୁ ସୂଚାଉଛି। ଏହି ଅଭିଯାନ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରି ସାଇବର ସୁରକ୍ଷା କ୍ଷେତ୍ରରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking