16.1 C
Bhubaneswar
Sunday, December 7, 2025
Homeଓଡିଶାକଟକରେ ବି ୨ ଘଣ୍ଟା ବାଣଫୁଟା

କଟକରେ ବି ୨ ଘଣ୍ଟା ବାଣଫୁଟା

କଟକ: ଭୁବନେଶ୍ୱର ଭଳି କଟକରେ ବି ଦୀପାବଳିରେ ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି ଦିଆଯାଇଛି । ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟାଇବା ପାଇଁ ଅନୁମତି ମିଳିଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରି । ପୋଲିସର ନଜର ରହିବ । ନିୟମ ବିରୋଧରେ ଗଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । କାଳୀ ପୂଜା ଥିବାରୁ ବିଭିନ୍ନ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ ହେବେ । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡା ନିର୍ଦ୍ଦେଶ ଦେଇଥିଲେଏହାସହ ସେ କହିଥିଲେ ଯେ ଉଚ୍ଚ ଶବ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ସବୁଜ ବାଣ ଫୁଟାଇବା ପାଇଁ ପୋଲିସ ଅନୁରୋଧ କରିଛି । ମଦ  ପିଇ ଗାଡି ଚଳାଇଲେ ଅଟକ ରହିବେ ଚାଳକ । ଗାଡିକୁ  ଜବତ କରି ନେଇଯିବ ପିସିଆର ଭ୍ୟାନ । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ ବାଣ ବିକିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking