17.1 C
Bhubaneswar
Tuesday, February 10, 2026
Homeଓଡିଶାନିଖିଳ ଭାରତ ସମବାୟ ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନିଖିଳ ଭାରତ ସମବାୟ ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: “୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୨୫ ରାଜ୍ୟସ୍ତରୀୟ ଉତ୍ସବ” ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଅଧ୍ୟକ୍ଷତା କରି କହିଥିଲେ, ସମବାୟ ବିଚାର, ଦର୍ଶନ ଓ କାର୍ଯ୍ୟକ୍ରମକୁ ଅଧିକ ଲୋକଭିମୁଖୀ କରିବା ସହ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ହେଲେ, ଆମକୁ ରାଜ୍ୟସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହକୁ ପ୍ରଭାବୀ ଢଙ୍ଗରେ ପାଳନ କରିବାକୁ ପଡ଼ିବ । ସୂଚନାଯୋଗ୍ୟ, ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯିବ । ଚଳିତବର୍ଷର ଥିମ୍ ରହିଛି, “ଆତ୍ମନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ ।”

ଏହି ବୈଠକରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ରାଜ୍ୟ ସମବାୟ ୟୁନିୟନର ସଭାପତି ପ୍ରବସିନୀ ଷଡଙ୍ଗୀ, ସମ୍ପାଦକ ବ୍ରହ୍ମାନନ୍ଦ ପରିଡ଼ା, ସମବାୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଓସମା ବୋର୍ଡର ସାଧାରଣ ପରିଚାଳକ ଧରିତ୍ରୀ ମିଶ୍ର, ଅତିରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ, ସମସ୍ତ ଶୀର୍ଷ ସମବାୟ ସମିତିର ସଭାପତି, ସମ୍ପାଦକ, ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟର ଅଧିକାରୀ, ସମବାୟ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking